UGC-NET ପରୀକ୍ଷା ବାତିଲ ବିରୁଦ୍ଧରେ ଆବେଦନ ଖାରଜ

add-all

UGC-NET ପରୀକ୍ଷା ବାତିଲ ବିରୁଦ୍ଧରେ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତିକୁ କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଛନ୍ତି।

ପ୍ରକାଶ ଥାଉକି, ଗତ ଜୁନ୍ 18ରେ UGC-NET ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିବା ପରେ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଜୁନ୍ 19ରେ ପରୀକ୍ଷାକୁ ବାତିଲ୍ ଘୋଷଣା କରାଯାଇଥିଲା।

ଏହାପରେ ଜୁନ୍ 21ରେ ପରୀକ୍ଷା ନେଇ ସମୟ ଧାର୍ଯ୍ୟ କରାଯାଇଛି। ସେପ୍ଟମ୍ବେର 4 ପର୍ଯ୍ୟନ୍ତ ଅନଲାଇନ ମୋଡରେ ପରୀକ୍ଷା ଅନୁଷ୍ଠିତ ହେବ। ଏହାରି ମଧ୍ୟରେ କେନ୍ଦ୍ର ସରକାର ପରୀକ୍ଷାକୁ ବାତିଲ କରିବାକୁ ନେଇ କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ କରିଥିଲେ।

ଆସି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। 

ଏଭଳି ଆବେଦନ ଦ୍ୱାରା ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପରୀକ୍ଷା ଅଗଷ୍ଟ 21ରେ ହିଁ ଅନୁଷ୍ଠିତ ହେବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

ad-week
Leave A Reply

Your email address will not be published.