ଚିକିଟୀରେ ସ୍ୱାଧୀନତା ଦିବସ ଓ ‘ହର୍ ଘର ତିରଙ୍ଗା’ର ପ୍ରସ୍ତୁତି ବୈଠକ

add-all

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଆଗାମୀ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଏହି ଦିନ ହର୍ ଘର ତିରଙ୍ଗା ଅଭିଯାନ ଅଧୀନ ସେଲିବ୍ରେସନ ଯୋଜନାର ଏକ ବିସ୍ତ୍ରୁତ ରିପୋର୍ଟ ଦେଇଛନ୍ତି। ପତାକା ଉତ୍ତୋଳନ ଏବଂ ହର୍ ଘର ତିରଙ୍ଗା ଅଭିଯାନ ଇତ୍ୟାଦି କାର୍ଯ୍ୟକ୍ରମ ଉପରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଉପାଧ୍ୟକ୍ଷ ହରପ୍ରସାଦ ଚୌଧୁରୀ ଙ୍କ ସମେତ ସମସ୍ତ କାଉନ୍ସିଲର ଓ ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.