ଆସିକା ରେ ଜିଲ୍ଲାପାଳଙ୍କ ୨୬୭ ଜଣଙ୍କ ଅଭିଯୋଗ ଶୁଣାଣି…

youtube


ଆସିକା ୧୩/୦୮/୨୪ : ଆସିକା ପଂଚାୟତ ସମିତି ସଭାଗୃହର ଉପର ମହଲାର ରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅଭିଯୋଗ ଶୁଣାଣି ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକାରୀ ଜଗମୋହନ ମୀନା, ଡେପୁଟି କଲେକ୍ଟର ଭାରତୋଷ ମଲ୍ଲ, ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ଅମ୍ରିତା ପଟନାୟକ,ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରିଣୀ ପି. ପଦ୍ମା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆବିଦା ପରବିନ ବେଗମ,ଜିଲ୍ଲା ଯୋଗାଣ ଅଧିକାରୀ ପୋଷ୍ପା ମୁଣ୍ଡା, ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶନୀ, ବିଡ଼ିଓ ଫକୀର ଚରଣ ପରିଡା, ପୋଲିସ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟନାୟକ,ସିଡିପିଓ ବୀଣାପାଣି ମିଶ୍ର, ବ୍ଲକ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ,ପ୍ରମୁଖ ଉପସ୍ଥିତ ରହିଥିଲେ l ଆସିକା ବ୍ଲକ ଏବଂ ଏନ ଏ ସି ର ୨୬୭ ଜଣ ଅଭିଯୋଗ ପ୍ରକୋଷ୍ଟ କୁ ଆସି ନିଜ ନିଜର ଅଭିଯୋଗ କରିଥିଲେ l ଅନେକ ଗରିବ, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା ଓ ସ୍ୱାମୀ ପରିତ୍ୟକ୍ତ ମହିଳା ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ରୁ ବଂଚିତ ରହିଥିବା, ଅନେକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମିଳିନଥିବା,କୃଷି କ୍ଷେତ୍ର କୁ ଜଳ ସେଚନ ହେଉନଥିବା, ନିମିନା ଆଦର୍ଶ ସ୍କୁଲ କୁ ରାସ୍ତା, ଏବଂ ପକ୍କା ଘର, କୃଷ୍ଣ ଚନ୍ଦ୍ର ବିଦ୍ୟାଳୟ ର ସମସ୍ୟା, ବାବନପୁର ନିମନ୍ତେ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା, ଭେଟନଇ ପଂଚାୟତ ରେ ଲାଇଟ ଏବଂ ପ୍ରାଣୀ ଚିକିତ୍ସା କେନ୍ଦ୍ର ର ନୂତନ କୋଠା ନିର୍ମାଣ,ଗାଙ୍ଗପୁର, ଆଲ୍ଲୀପୁର, ପଂଚାୟତ ର ବିଭିନ୍ନ ସମସ୍ୟା ଉପରେ ପଂଚାୟତ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ l ସେହିଭଳି ଆସିକା ବ୍ଲକ ର ୦୪ କଲେଜ ରେ ୦୫ ଟି କଲେଜ ପାଇଁ ଆସିଥିବା ପାଠ୍ୟ ଉପକରଣ ଯୋଗାଇବା, ଚିନିଶିଳ୍ପ ନୂଆଗାଁ ର ବିଦ୍ୟାଳୟ ବନ୍ଦ ସମ୍ପର୍କ ରେ ପିଲାମାନେ ଏବଂ ଅଭିଭାବକ ଙ୍କ ମାନେ ସ୍କୁଲ ଖୋଲିବା ପାଇଁ ଗୁହାରି କରିଥିଲେ l ସେହିଭଳି ଆସିକା ରେ ଏକ ପ୍ରେସ କ୍ଳବ ନିର୍ମାଣ, ଧନୀ ବ୍ୟକ୍ତି ମାନଙ୍କୁ ମିଳୁଥିବା ମଧୁବାବୁ ପେନସନ ରୁ ବାଦ ଦେବା, ଶୀଘ୍ର ଅଙ୍ଗନବାଡି ଗୃହ ନିର୍ମାଣ, ଆସିକା ରେ ସିଡିପିଓ ନିଯୁକ୍ତି, ଶୀଘ୍ର ଭୂ ବନ୍ଦୋବସ୍ତ କରିବା, ଜାତୀୟ ରାଜପଥ କାମ ଶୀଘ୍ର ଶେଷ କରିବା, ବେଆଇନ ବାଲି, ପଥର ଚାଲାଣ ବନ୍ଦ କରିବା, ଟିପୁସର ନାଳ ର ସ୍ଥାୟୀ ପ୍ରତିକାର, ସହର ଯାତାୟାତ ରେ ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ଜବରଦଖଲ ହଟାଇବା, ସରକାରୀ କର୍ମଚାରୀ ମାନେ ଆସିକା ରେ ନିୟମିତ ରହିବା, ଆସିକା ଉପଖଣ୍ଡ ମେଡିକାଲ ରେ ଯାନବାହାନ ରଖିବା ପାଇଁ ସୁ ବନ୍ଦୋବସ୍ତ, ଆସିକା ଏନ ଏ ସି ରେ ଥିବା ଦେବଭୂମି ସ୍ୱାସ୍ଥ୍ୟକର୍ମୀ ଙ୍କ କ୍ଵାଟର କୁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା l ଗଞ୍ଜାମ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଉପର କୋଠା ରେ ହୋଇଥିବାରୁ ଅଧିକାଂଶ ଦିବ୍ୟାଙ୍ଗ ମାନେ ଯିବାରେ ଅସୁବିଧା ହୋଇଥିଲା l ଏ ସମ୍ପର୍କ ରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆସନ୍ତାଥରକୁ ତଳ କୋଠରୀ ରେ ଅଭିଯୋଗ ଶୁଣାଣି ହେବ ବୋଲି କହିଥିଲେ l ଏହି ଅଭିଯୋଗ ଶୁଣାଣି ରେ ସମସ୍ତ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ଯୋଗ ଦେଇଥିବା ବେଳେ ବ୍ଲକ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l

Leave A Reply

Your email address will not be published.