ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

add-all

ନୂଆଦିଲ୍ଲୀ: ଓଡ଼ିଶାରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜାତୀୟ ରାଜପଥର ନିର୍ମାଣ ନେଇ ମୁଖ୍ୟ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି। ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି। ସେ ରାଜ୍ୟରେ କୋଷ୍ଟାଲ ହାଇୱେ ଏବଂ ରୋଡ ନେଟୱର୍କ ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଶ୍ରୀ ମାଝୀଙ୍କ ସହିତ ଓଡ଼ିଶାରୁ ପିଡବ୍ଲ୍ୟୁଡି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଯୋଗଦେଇଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲିଠୁ ଦିଲ୍ଲୀ ଗସ୍ତରେ ଅଛନ୍ତି। ଜାତୀୟ ରାଜପଥ ନିର୍ମାଣ ବୈଠକରେ ଯୋଗଦେବା ପରେ ଆସନ୍ତାକାଲି ସେ ଓଡ଼ିଶା ଫେରିବେ।

ad-week
Leave A Reply

Your email address will not be published.