ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ

add-all

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ। ରୋଗୀ ସେବା ବାଧାପ୍ରାପ୍ତ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଆନ୍ଦୋଳନ। ସିନିୟର୍ ଓ ଜୁନିୟର୍ ରେସିଡେଣ୍ଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ।

ସୂଚନା ଅନୁସାରେ, କଲିକତାରେ ଜଣେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦେଶବ୍ୟାପୀ ହରତାଳ ଦେଖିବାକୁ ମିଳିଥିବା ବେଳେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ଏମ୍ସର ସିନିୟର୍ ଓ ଜୁନିୟର୍ ରେସିଡେଣ୍ଟ ଡାକ୍ତରୀ ଛାତ୍ରଛାତ୍ରୀ ।ପୀଡ଼ିତାଙ୍କୁ ନ୍ୟାୟ, ସଠିକ୍ ତଦନ୍ତ ଓ ଡାକ୍ତରଙ୍କୁ ସୁରକ୍ଷା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନ କରୁଛନ୍ତି ଡାକ୍ତର। ଫଳରେ ଜରୁରୀକାଳୀନ ସେବାକୁ ଛାଡ଼ି ଓପିଡି, ଆଇପିଡି, ଓଟି କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଡାକ୍ତର। ଯଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲ୍‌ରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା।  ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରିଛି। ଅଭିଯୁକ୍ତ ମଧ୍ୟ ତାର ଦୋଷ ସ୍ବୀକାର କରିଛି ।

ad-week
Leave A Reply

Your email address will not be published.