ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଓ ପୌର ପରିଷଦ କାର୍ଯ୍ୟାଳୟରେ ବୁଥ ସ୍ତରୀୟ ଅଧିକାରୀ ଏବଂ ବୁଥ ସ୍ତରୀୟ ସୁପରଭାଇଜର ମାନଙ୍କୁ ନେଇ ଜ଼ିଲ୍ଲା ସଂଚୟ ଓ ଆର୍ଥିକ ବିଭାଗ ତରଫରୁ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ବ୍ଲକ ଓ ପୌର ପରିଷଦରେ ଥିବା ସମସ୍ତ ବୁଥର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଶିବିରକୁ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ବିଜୟ ଚନ୍ଦ୍ର ପାଳ ପରିଚାଳନା କରିଥିଲେ। ଏହି ଶିବିର ରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରତୀକ ସାହୁ, ସହକାରୀ ଜିଲ୍ଲାପାଳ, ବିବେକାନନ୍ଦ ସାମଲ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ ସାର ଉପସ୍ଥିତ ରହି ଆର୍ଥିକ ସାକ୍ଷରତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା, ଚିଟ ଫଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଂଚୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ad-week
Leave A Reply

Your email address will not be published.