୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

add-all

ହିଞ୍ଜିଳିକାଟୁ : ୭୮ତମ ସ୍ୱାଧୀନତା ଦିବସ ଅବସରରେ ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି ।ଏହି ଅବସରରେ ହିଞ୍ଜିଳିକାଟୁ ବରାହୀପାହାଡ ସ୍ଥିତ ପ୍ରେସ କ୍ଳବ୍ ପରିସରରେ ପ୍ରେସ କ୍ଳବ୍ ସଭାପତି ଦ୍ଵିତୀକୃଷ୍ଟ ପଣ୍ଡା ପତାକା ଉତୋଳନ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ରେ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ପତାକା ଉତ୍ତୋଳନ କରିଥିଲେ। ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ପତାକା ଉତ୍ତୋଳନ କରିଥିଲେ ।

ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ରେ ଗୁରୁ ସତ୍ୟନାରାୟଣ ସାହୁ, ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶାନ୍ତିଲତା ମୁନି, ହିଞ୍ଜିଳିକାଟୁ ବ୍ଲକ୍ ରେ ଅଧ୍ୟକ୍ଷ ସରସ୍ଵତୀ ସେଠୀ, ହିଞ୍ଜିଳିକାଟୁ ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ପ୍ରମୋଦ କୁମାର ପଣ୍ଡା , ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ନିହାର ରଞ୍ଜନ ପଣ୍ଡା ଓ ଉପାଧ୍ୟକ୍ଷା ଲିଲିରାଣି ନାୟକ ପତାକା ଉତ୍ତୋଳନ କରିଥିଲେ। ହିଞ୍ଜିଳିକାଟୁ ଥାନା ରେ ଆଇ ଆଇ ସି ଶ୍ରୀନିବାସ ସେଠୀ, ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭିକାରୀ ସାହୁ,ଆର ଏମ ସି ପରିସରରେ ସମ୍ପାଦକ ବିନାୟକ ବିଶ୍ଵାଳ, ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଅଧ୍ୟକ୍ଷ ରଞ୍ଜନ କୁମାର ବେହେରା,ଓମ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ଅଧ୍ୟକ୍ଷ ଏଲ କାମେଶ୍ଵର ରାଓ ପତାକା
ଉତ୍ତୋଳନ କରିଥିଲେ । ସେହିପରି ହିଞ୍ଜିଳିକାଟୁ ପ୍ୟୈରପରିଷଦ ଓ ବ୍ଳକ ର ସମସ୍ତ ସରକାରି ଓ ବେସରକାରୀ ବିଦ୍ୟାଳୟ,ସହ ବିଭିନ୍ନ ସ୍ଵେଚ୍ଛାସେବୀ ସଂସ୍ଥା ତରଫରୁ ୭୮ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି।

ad-week
Leave A Reply

Your email address will not be published.