ଯୋଗାଣ ଅଧିକାରୀଙ୍କ ଅମାପ ସମ୍ପତି, ୪ଟି ପ୍ଳଟ୍‌ , ୨ଟି କୋଠା ଠାବ

add-all

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଏକାଥରେ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଚଢ଼ାଉ ବେଳେ ଶ୍ରୀ ପ୍ରଦୀପ ମହାପାତ୍ରଙ୍କ ଘରୁ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ l ଭୁବନେଶ୍ବରରେ ୨ ମହଲା ଓ କଟକରେ ଏକ ମହଲା କୋଠା ଠାବ ହୋଇଥିବା ବେଳେ ଭୁବନେଶ୍ବର ଏବଂ କଟକରେ ୪ଟି ପ୍ଳଟ୍‌ ଠାବ କରିଛି ଭିଜିଲାନ୍ସ l ଏଥିସହ କୋଟିଏ ଟଙ୍କାର ବ୍ୟାଙ୍କ ଜମା ସହ ଅନ୍ୟାନ୍ୟ ଜମା ଠାବ କରିଛି ଟିମ l ନଗଦ ୧.୨୧ ଲକ୍ଷ ଟଙ୍କା ସହ କାର ଏବଂ ୨ଟି ବାଇକ ମଧ୍ୟ ଜବତ ହୋଇଛି l

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ କେନ୍ଦ୍ରାପଡ଼ାସ୍ଥିତ କାର୍ଯ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁନନେଶ୍ୱରର ଲିଙ୍ଗିପୁର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ପ୍ରଦୀପଙ୍କ କଟକ ନୂଆପଡ଼ାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର, ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ୨ ମହଲା କୋଠା, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟ ଘର ଓ କେନ୍ଦ୍ରାପଡ଼ାଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସହ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କୋର୍ଟରେ ଏକାଧିକ ପିଟିସନ ହୋଇଥିଲା।

ad-week
Leave A Reply

Your email address will not be published.