ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

add-all

ଖୋର୍ଦ୍ଧା: କାରରୁ ମିଳିଲା ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ। ଜଟଣୀ ଥାନା ରାମଚନ୍ଦ୍ରପୁର ବଜାର ନିକଟ ୧୨ ନମ୍ବର ୱାର୍ଡ ଆରଆଇ ଅଫିସ ପାଖରେ ଅଲ୍ଟୋ କେ୧୦ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଜଟଣୀ ପୁଲିସ ପହଂଚି କରିଛି ତଦନ୍ତ ଆରମ୍ଭ। ମୃତକ ସତୀଶ କୁମାର ମହାନ୍ତି, ବୟସ -୪୭ ବାଛରାପାଟଣାରେ ଘର ବୋଲି ଜଣାପଡ଼ିଛି। ଅବସରପ୍ରାପ୍ତ ଏୟାର ଫୋର୍ସର କର୍ମଚାରୀ ଥିଲେ ସତୀଶ। ମୃତ୍ୟୁର କାରଣ ଅସ୍ପଷ୍ଟ।

ad-week
Leave A Reply

Your email address will not be published.