ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ!

add-all

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ। ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବେ। ଏନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କର ନାମ ଘୋଷଣା ହେବ।
ସୂଚନାଯୋଗ୍ୟ ଯେ, ମମତା ମହାନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ। ହେଲେ ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡି ସହ ବି ସଂପର୍କ ଛିନ୍ନ କରିଥିଲେ। ଏହାପରେ ଦିଲ୍ଲୀରେ ସେ ବିଜେପିରେ ସାମିଲ ହେଇଥିଲେ। ଆଉ ସେବେଠୁ ଖାଲି ପଡ଼ିଥିବା ଏହି ରାଜ୍ୟସଭା ଆସନରେ କିଏ ଓଡ଼ିଶାରୁ ରାଜ୍ୟସଭାକୁ ଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ad-week
Leave A Reply

Your email address will not be published.