ଆଇସିୟୁରେ ସୀତାରାମ ୟେଚୁରୀ

add-all

ନୂଆଦିଲ୍ଲୀ : ସିପିଆଇଏମ୍‌ର ସାଧାରଣ ସଚିବ ତଥା ବରିଷ୍ଠ ନେତା ସୀତାରାମ ୟେଚୁରୀ ଅସୁସ୍ଥ। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପୂର୍ବରୁ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି।
ସୂଚନା ମୁତାବକ, ସୀତାରାମ ୟେଚୁରୀଙ୍କୁ ଗତକାଲି ସନ୍ଧ୍ୟାରେ ଡାକ୍ତରଖାନାର ଏମରଜେନ୍ସି ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲ ତରଫରୁ ତାଙ୍କ ଅସୁସ୍ଥତାର ପ୍ରକୃତ କାରଣ ବିଷୟରେ କୌଣସି ସୂଚନା ମିଳିନାହିଁ।
ସିପିଆଇ (ଏମ୍) ସୂତ୍ରରୁ ପ୍ରକାଶ ଯେ ୭୨ ବର୍ଷୀୟ ସୀତାରାମ ନିମୋନିଆରେ ଆକ୍ରନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତକଙ୍କ ଅବସ୍ଥା ସ୍ଥିର ରହିଛି। ନିକଟରେ ସିପିଏମ୍ ନେତା ମୋତିଆବିନ୍ଦୁର ମଧ୍ୟ ଅସ୍ତ୍ରୋପଚାର କରିଥିଲେ।
କହିରଖୁ ଯେ, ସୀତାରାମ ୟେଚୁରୀ ସିପିଆଇ (ଏମ୍)ର ପୋଲିଟ ବୁରୋର ସଦସ୍ୟ ମଧ୍ୟ ଅଟନ୍ତି। ସେ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ। ୨୦୦୪ରେ UPA ଗଠନ ସମୟରେ ସେ ଏକ ମେଣ୍ଟ ଗଠନ କରିବା ପ୍ରୟାସରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.