ପୋଲାଣ୍ଡରେ ମୋଦି, କହିଲେ- ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ

add-all

ୱାରସା : ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପାଇଁ ଆଉ ବେଶୀ ଦୂରରେ ନାହିଁ ଭାରତ। ବିଶ୍ୱ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ଏ କଥା କହିଛନ୍ତି।
ମୋଦି ଗତକାଲି ପୋଲାଣ୍ଡରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗସ୍ତର ପ୍ରଥମ ଦିନରେ ସେ ନୱାନଗର ଜାମ ସାହେବ ମେମୋରିଆଲ ଏବଂ କୋଲହାପୁର ମହାରାଜ ମେମୋରିଆଲକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ।
ପ୍ରଥମେ ଭାରତ ଓ ପୋଲାଣ୍ଡ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପୂର୍ତ୍ତି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଯାତ୍ରା କରିଛନ୍ତି। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡ଼ୋନାଲଡ ଟସ୍କ ଏବଂ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି।
ସେହିପରି ରାଷ୍ଟ୍ରପତି ଡୁଡାଙ୍କ ସହ ମଧ୍ୟ ମୋଦି ଦ୍ୱିପାକ୍ଷିତ ଆଲୋଚନା କରିବେ। ପୋଲାଣ୍ଡ ଗସ୍ତ ସାରି ସେଠାରୁ ୨୩ରେ ୟୁକ୍ରେନ୍ ଯାଇ ରାଷ୍ଟ୍ରପତି ଭୋଲ୍‌ଡିମିର୍‌ ଜେଲେନସ୍କିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି ନରେନ୍ଦ୍ର ମୋଦି। ୧୯୭୯ରେ ଶେଷଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଇଥିଲେ ମୋରାରଜୀ ଦେଶାଇ।

ad-week
Leave A Reply

Your email address will not be published.