ଅନିଲ ଅମ୍ବାନୀଙ୍କୁ ଝଟକା; ୨୫ କୋଟି ଟଙ୍କାର ଫାଇନ୍ ସହ ସିକ୍ୟୁରିଟି ବଜାରରୁ ବ୍ୟାନ୍ କଲା SEBI

add-all

ମୁକେଶ ଅମ୍ବାନୀଙ୍କ ଭାଇ ତଥା ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ଶକ୍ତ ଝଟକା ଲାଗିଛି। ପାଞ୍ଚ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)। ଏଥିସହ ତାଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ପକାଯାଇଛି।

ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥା ଉପରେ ମଧ୍ୟ ଏହି ବ୍ୟାନ୍ ଲଗାଇଛି ସେବି। ଏମାନଙ୍କ ମଧ୍ୟରେ ରିଲାଏନ୍ସ ହୋମ ଫାଇନାନ୍ସର ପୂର୍ବତନ ପ୍ରମୁଖ ଅଧିକାରୀ ମଧ୍ୟ ଅଛନ୍ତି। ଏହି ପ୍ରତିବନ୍ଧକ ଲଗାଯିବା ପରେ ଅନିଲ ଅମ୍ବାନୀ ଆସନ୍ତା ପାଞ୍ଚ ବର୍ଷ ପାଇଁ କୌଣସି ଲିଷ୍ଟେଡ୍ କମ୍ପାନୀର ନିର୍ଦ୍ଦେଶକ କିମ୍ବା ଅନ୍ୟ କୌଣସି ମୁଖ୍ୟ ପଦବୀରେ ରହି ପାରିବେ ନାହିଁ।

ଏହା ସହିତ ସେବି ମଧ୍ୟ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL)କୁ ୬ ମାସ ପର୍ଯ୍ୟନ୍ତ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ଏବଂ 6 ଲକ୍ଷ ଟଙ୍କା ଜରିମାନା ପକାଇଛି। ଅନିଲ ଅମ୍ବାନୀ ରିଲାଏନ୍ସ ହୋମ ଫାଇନାନ୍ସର ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଠକେଇ କରିବାକୁ ଷଡଯନ୍ତ୍ର କରିବା ଅଭିଯୋଗରେ ଏହି ପ୍ରତିବନ୍ଧକ ଲଗାଇଛି ସେବି।

ସେବି ଜାଣିବାକୁ ପାଇଛି ଯେ, କମ୍ପାନୀ ବୋର୍ଡ ନିୟମକୁ ଅଣଦେଖା କରି ଋଣ ଦିଆଯିବା ଉଚିତ ନୁହେଁ ବୋଲି କଡା ନିର୍ଦ୍ଦେଶ ଦେଇଛି। କିନ୍ତୁ, ରିଲାଏନ୍ସ ହୋମ ଫାଇନାନ୍ସର ପରିଚାଳନା ସମସ୍ତ ନିୟମକୁ ଅଣଦେଖା କରି ପାଣ୍ଠିକୁ ବିନିଯୋଗ କରିଛି। ସେବି କହିଛି ଯେ, ଏହି ଷଡଯନ୍ତ୍ର ମାଧ୍ୟମରେ ଲିଷ୍ଟେଡ କମ୍ପାନୀଗୁଡିକରୁ ଅର୍ଥ ହଡପ କରାଯାଇ ଅନିଲ ଅମ୍ବାନୀଙ୍କ ସହ ଜଡିତ କମ୍ପାନୀର ପ୍ରୋତ୍ସାହକ ଥିବା ଅଯୋଗ୍ୟ ଋଣଦାତାଙ୍କୁ ଋଣ ଭାବରେ ପ୍ରଦାନ କରାଯାଇଛି।

ମାର୍ଚ୍ଚ ୨୦୧୮ରେ, ରିଲାଏନ୍ସ ହୋମ ଫାଇନାନ୍ସର ଶେଆର ମୂଲ୍ୟ ପ୍ରାୟ ୬୦ ଟଙ୍କା ଥିଲା। ଠକେଇ ମାମଲାର ଖୁଲାସା ହେବା ପରେ ମାର୍ଚ୍ଚ ୨୦୨୦ ସୁଦ୍ଧା କମ୍ପାନୀ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏହାପରେ କମ୍ପାନୀର ସମସ୍ତ ସମ୍ବଳ ଶେଷ ହୋଇଯିବା ସହ ଶେଆର ମୂଲ୍ୟ ମାତ୍ର ୦.୭୫ ଟଙ୍କାକୁ ଖସି ଆସିଥିଲା। ବର୍ତ୍ତମାନ ସୁଦ୍ଧା ନଅ ଲକ୍ଷରୁ ଅଧିକ ଲୋକ ରିଲାଏନ୍ସ ହୋମ ଫାଇନାନ୍ସରେ ବିନିଯୋଗ କରିଛନ୍ତି। ସେମାନେ ଖୁବ୍ କ୍ଷତିର ସମ୍ମୁଖୀନ ହେଉଥିବା ମଧ୍ୟରେ କମ୍ପାନୀ ଉପରେ ପ୍ରତିବନ୍ଧତ ଲଗାଇଛି ସେବି। 

ad-week
Leave A Reply

Your email address will not be published.