ଭାରତର ପ୍ରଥମ ପୁନଃବ୍ୟବହାରକ୍ଷମ ରକେଟ ଉତକ୍ଷେପଣ ସଫଳ

add-all

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ। ଦେଶର ପ୍ରଥମ ପୁନଃବ୍ୟବହାରକ୍ଷମ ହାଇବ୍ରିଡ୍ ରକେଟ RHUMI-1ର ଉତକ୍ଷେପଣ ସଫଳ ହୋଇଛି। ଆଜି ଚେନ୍ନାଇ ସ୍ଥିତ ଇଷ୍ଟକୋଷ୍ଟ ରୋଡରେ ଥିବା ମାରିନା ବେଳାଭୂମିରେ ଏହି ହାଇବ୍ରିଡ ରକେଟର ଉତକ୍ଷେପଣ କରାଯାଇଛି। 

ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ଉଦ୍ଦେଶ୍ୟରେ ଏହି ରେକଟ୍ ଉତକ୍ଷେପଣ କରାଯାଇଛି। ତାମିଲନାଡୁ ସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ସ୍ପେସ୍ ଜୋନ୍ ଇଣ୍ଡିଆ ଏହି ରକେଟର ଉତକ୍ଷେପଣ କରିଛି।

80 କିଲୋଗ୍ରାମ ବିଶିଷ୍ଟ RHUMI-1କୁ  ମୋବାଇଲ୍ ଲଞ୍ଚର୍ ବ୍ୟବହାର କରି ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣ ପରେ ଏହା ଉପଅର୍ବିଟାଲ ଅଞ୍ଚଳରେ 50ଟି PICO ସାଟେଲାଇଟ ଏବଂ ତିନୋଟି କ୍ୟୁବ୍ ସାଟେଲାଇଟକୁ ରିଲିଜ୍ କରିଥିବା କ୍ର୍ୟୁ ସଦସ୍ୟ କହିଛନ୍ତି।

ସ୍ପେସ୍ ଜୋନ୍ ଇଣ୍ଡିଆର ସିଇଓ ଆନନ୍ଦ ମେଗାଲିଙ୍ଗମ କହିଛନ୍ତି ଯେ, ତାଙ୍କ ପୁଅ ରୁମିଥ୍ରାନଙ୍କ ନାମ ଅନୁରେ ଏହି ରକେଟର ନାମ RHUMI-1 ରଖାଯାଇଛି। ସ୍ପେଶ୍ ଜୋନ୍ ଇଣ୍ଡିଆ ଏବଂ ମାର୍ଟିନ୍ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜର ମିଳିତ ସହଭାଗୀତାରେ ଏହି ରକେଟ୍ ନିର୍ମାଣ କରାଯାଇଛି। ନିର୍ମାଣ ପ୍ରକ୍ରିୟାରେ 1500 ଜଣ ଛାତ୍ରଛାତ୍ରୀ ସହଯୋଗ କରିଥିବା ଆନନ୍ଦ ମେଗାଲିଙ୍ଗମ କହିଛନ୍ତି।

ad-week
Leave A Reply

Your email address will not be published.