ବାଦଲଫଟା ବର୍ଷା: ୧୧ ମୃତ, ବନ୍ୟାରେ ଭାସିଯାଇ ୧୪ ନିଖୋଜ

add-all

ବେଜିଂ: ବାଦଲଫଟା ବର୍ଷା ଚୀନ୍‌ର ଲିଆଓନିଂ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବିପର୍ଯ୍ୟୟରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ନିଖୋଜ ଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁ ବହୁ କୋଠା ଭାଙ୍ଗି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଲିଆଓନିଙ୍ଗ ପ୍ରଦେଶର ହୁଲୁଦାଓ ଅଞ୍ଚଳରେ ରାସ୍ତା, ସେତୁ, ଯୋଗାଯୋଗ ନେଟୱାର୍କ ଏବଂ ଫସଲର ବ୍ୟାପକ କ୍ଷତି ଘଟାଇଛି। ଏକ ଆକଳନ ଅନୁଯାୟୀ, ପ୍ରାୟ ୧.୪୪ ବିଲିୟନ ଡଲାରର କ୍ଷତି ହୋଇଛି।

ଏହି ବିପର୍ଯ୍ୟୟରେ ଜିଆନଚାଙ୍ଗ କାଉଣ୍ଟି ଏବଂ ସୁଇଜୋଙ୍ଗ କାଉଣ୍ଟି ସର୍ବାଧିକ କ୍ଷତି ସହିଛି। ଯେଉଁଥିରେ ୧୧ ଜଣଙ୍କର ଜୀବନ ଯାଇଛି । ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ବନ୍ୟା ପରି ବିପର୍ଯ୍ୟୟରେ ୧୧ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୧୪ ଜଣ ବନ୍ୟାରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜାଖୋଜି କରାଯାଉଛି।

ଏଥିସହ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ତଥା ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ବର୍ଷା ଯୋଗୁ ୯ଟି ଜାତୀୟ ରାଜପଥ ଏବଂ ପ୍ରାଦେଶିକ ରାସ୍ତା ନଷ୍ଟ ହୋଇଯାଇଛି। ଗ୍ରାମାଞ୍ଚଳରେ ୨୧୦ଟି ରାସ୍ତା ନଷ୍ଟ ହୋଇଯାଇଛି।
ଚୀନ୍‌ର ବିପର୍ଯ୍ୟୟ ନିରାକରଣ, ହ୍ରାସ ଏବଂ ରିଲିଫ୍ କମିଶନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତ କିଛି ଦିନ ହେବ ଲିଆଓନିଂ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିଲା।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍ ସରକାର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ପାଇଁ ଉପଗ୍ରହ ଏବଂ ଡ୍ରୋନ୍ ନିୟୋଜିତ କରିଛନ୍ତି। ପ୍ରାୟ ୭୦୦ ଲୋକ ଏବଂ ବିଶେଷଜ୍ଞଙ୍କୁ ପ୍ରଭାବିତ ଅଞ୍ଚଳକୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି।

ad-week
Leave A Reply

Your email address will not be published.