ସୁନୀତାଙ୍କୁ ଫେରାଇ ଆଣି‌ବେ ଏଲନ୍ ମସ୍କ: କେବେ ବାହୁଡ଼ିବେ କହିଲା ନାସା…

add-all

ୱାଶିଂଟନ: ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ ସାଥୀ ବଚ୍  ୱିଲମୋରଙ୍କ ସହ ମହାକାଶରେ ଫସି ରହିଛନ୍ତି। ସେ କେବେ ପୃଥିବୀକୁ ଫେରିବେ ସେନେଇ ନାସା ଏକ ବଡ ଘୋଷଣା କରିଛି। ଏଲନ୍ ମସ୍କଙ୍କର କମ୍ପାନୀ ସ୍ପେସ୍ ଏକ୍ସ ସୁନୀତା ୱିଲିୟମ୍ସଙ୍କୁ ଫେରାଇ ଆଣିବ।  ଏଲୋନ୍ ମସ୍କ ଏହି ବିଷୟରେ ପ୍ରସ୍ତୁତିକୁ ଜୋର୍‌ଦାର୍‌ କରିଛନ୍ତି।

ଆସନ୍ତା ୨୦୨୫ ବର୍ଷ ଏକ ସ୍ପେସ୍ ଏକ୍ସ ବିମାନରେ ସୁନୀତା ୱିଲିୟମ୍ସ ଏବଂ ବଚ୍  ୱିଲମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ନାସା ଯୋଜନା ସମ୍ପର୍କରେ ଘୋଷଣା କରିଛି। ଫେବୃଆରୀ ୨୦୨୫ସୁଦ୍ଧା ଦୁହେଁ ଫେରିବେ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କର ସ୍ପେସ୍ ଏକ୍ସ ଦ୍ୱାରା ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଅଣାଯିବ। ନାସା ଏବଂ ସ୍ପେସ୍ ଏକ୍ସ ଏହି ବିଷୟରେ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି।

ସୂଚନାଯୋଗ୍ୟ,ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଦୁଇ ମାସ ପୂର୍ବେ ଜୁନ୍ ୫ ରେ ମହାକାଶକୁ ଉଡାଣ କରିଥିଲେ। ଉଭୟ ବୋଇଙ୍ଗର ଷ୍ଟାରଲାଇନରରେ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ। ଉଭୟଙ୍କୁ ଏକ ସପ୍ତାହ ମଧ୍ୟରେ ସ୍ପେସ୍ ଷ୍ଟେସନରୁ ଫେରିବାର କାର୍ଯ୍ୟକ୍ରମ ଥିଲା।  କିନ୍ତୁ ସେମାନେ ଫେରିପାରି ନାହାନ୍ତି। କେତେକ ବୈଷୟିକ କାରଣରୁ ଉଭୟ ସ୍ପେସ୍ ଷ୍ଟେସନରେ  ଅଟକି ରହିଛନ୍ତି ।

ad-week
Leave A Reply

Your email address will not be published.