ଲେବାନନରେ ଥିବା ହିଜବୁଲ୍ଲା ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍

add-all

ଜେରୁଜେଲମ୍: ଇସ୍ରାଏଲ ରବିବାର ସକାଳେ ଲେବାନନରେ ସିଆ ମିଲିସିଆ ହିଜବୁଲ୍ଲାର ଠିକଣାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିଲା। ଇସ୍ରାଏଲ ସେନା (IDF) ଏହି ସୂଚନା ଦେଇଛି। ଆଇଡିଏଫ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଇସ୍ରାଏଲ ଅଞ୍ଚଳ ଆଡ଼କୁ କ୍ଷେପଣାସ୍ତ୍ର ଏବଂ ରକେଟ୍ ନିକ୍ଷେପ କରିବାକୁ ହିଜବୁଲ୍ଲା ପ୍ରସ୍ତୁତ ହେଉଥିଲା। ଏହାକୁ ରୋକିବାକୁ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିବା ସେନା କହିଛି ।
ଆଇଡିଏଫ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଇସ୍ରାଏଲ ଅଞ୍ଚଳ ଆଡ଼କୁ କ୍ଷେପଣାସ୍ତ୍ର ଏବଂ ରକେଟ୍ ନିକ୍ଷେପ କରିବାକୁ ହିଜବୁଲ୍ଲା ପ୍ରସ୍ତୁତ ହେଉଥିଲା। ଏହାକୁ ରୋକିବାକୁ ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି ।
ଇସ୍ରାଏଲ ସେନା ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗରୀ କହିଛନ୍ତି ଯେ ଏହି ବିପଦକୁ ଏଡ଼ାଇବା ପାଇଁ ଆମେ ଲେବାନନରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ଆକ୍ରମଣ କରୁଛୁ ଯେଉଁଠାରୁ ହିଜବୁଲ୍ଲା ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ଖୁବଶୀଘ୍ର ହିଜବୁଲ୍ଲା ଇସ୍ରାଏଲ ଉପରକୁ ରକେଟ୍ ଓ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିବ ବୋଲି ହାଗରୀ ଚେତାବନୀ ଦେଇଛନ୍ତି।
ଏହାର କିଛି ସମୟ ପରେ ଉତ୍ତର ଇସ୍ରାଏଲରେ ସାଇରନ୍ ବାଜିଥିଲା। ଲେବନାନ ଗଣମାଧ୍ୟମ ଦେଶର ଦକ୍ଷିଣରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଏ ନେଇ ବିସ୍ତୃତ ବିବରଣୀ ଦେଇନାହିଁ। ସୋସିଆଲ ମିଡିଆରେ ଉପଲବ୍ଧ କିଛି ଭିଡିଓରେ ଦକ୍ଷିଣ ଲେବାନନରେ ଆକ୍ରମଣ ହେଉଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.