ସେପ୍ଟେମ୍ବର ୮ରେ ଆମେରିକା ଯିବେ ରାହୁଲ ଗାନ୍ଧି, ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିବେ

add-all

ନୂଆଦିଲ୍ଲୀ : ଲୋକସଭା ବିରୋଧୀ ଦଳ ନେତା ହେବା ପରେ ପ୍ରଥମଥର ପାଇଁ ବିଦେଶ ଗସ୍ତ କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆସନ୍ତା ୮ରୁ ୧୦ ତାରିଖ ଯାଏ ସେ ଆମେରିକା ଗସ୍ତ କରିବେ।
ଆମେରିକା ଗସ୍ତରେ ଯିବାକୁ ରାହୁଲ ଗାନ୍ଧି ଡାଲ୍ଲାସ, ଟେକ୍ସାସ ଓ ୱାଶିଂଟନ ଡିସିରେ ଭାରତୀୟ ବଂଶୋଦ୍ଭବ, ଶିକ୍ଷାର୍ଥୀ, ଶିକ୍ଷାବିତ ଓ ଆଇନ ପ୍ରଣୟନକାରୀଙ୍କୁ ଭେଟିବେ। ଭାରତୀୟ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଦା ଆଜି ରାହୁଲ ଗାନ୍ଧି ଆମେରିକା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବା ପରେ ଭାରତୀୟ ବଂଶୋଦ୍ଭବ, ଡିପ୍ଲୋମାଟ, ଶିକ୍ଷାବିତ, ବ୍ୟବସାୟୀ, ନେତା, ଅନ୍ତର୍ଜାତୀୟ ମିଡିଆ ଓ ଅନେକ ଲୋକ ତାଙ୍କ ସହ କଥାବାର୍ତ୍ତା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ଆମ ପାଖକୁ ଅନେକ ଅନୁରୋଧ ଆସିଥିଲା। ତେଣୁ ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଆସୁଥିବା ସେ ସୂଚନା ଦେଇଛନ୍ତି।
ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତ ସେପ୍ଟେମ୍ବର ୮ରୁ ଡାଲ୍ଲାସରୁ ଆରମ୍ଭ ହେବ। ଏଠାରେ ସେ ଟେକ୍ସାସ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ, ଶିକ୍ଷାନୁଷ୍ଠାନ ଓ ସ୍ଥାନୀୟ ଭାରତୀୟ ବଂଶୋଦ୍ଭର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିବେ।
ସେପ୍ଟେମ୍ବର ୯ରେ ରାହୁଲ ଗାନ୍ଧି ୱାଶିଂଟନ ଡିସିରେ ମଧ୍ୟ ସମାନ କାର୍ଯ୍ୟକ୍ରମ କରିବେ। ୧୦ ତାରିଖରେ ରାହୁଲ ଅନ୍ୟାନ୍ୟ ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ। ବିଭିନ୍ନ ଆଇନ ପ୍ରଣୟନକାରୀଙ୍କ ସହ ମଧ୍ୟ ତାଙ୍କର ବୈଠକ ରହିଛି।

ad-week
Leave A Reply

Your email address will not be published.