ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଆସନା’

add-all

ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ ‘ଆସନା’। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆଶଙ୍କା କରାଯାଉଛି ଯେ, ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଚ ଦେଇ ଅତିକ୍ରମ କରିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସ୍ଥଳଭାଗ ମୁହାଁ ଗତି କରିବ ସାମୁଦ୍ରିକ ଝଡ଼ ‘ଆସନା’। ଏଥିପାଇଁ ଅଧିକ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଗୁଜରାଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି। ଭଡ଼ଦୋରା, ଭରୁଚ, ଆନନ୍ଦ, ନର୍ମଦା, ପଞ୍ଚମହଲ, ଦାହୋଦ, ଛୋଟା ଉଦୟପୁରରେ ଆଗାମୀ କିଛି ଦିନ ଯାଏ ବର୍ଷା ଜାରି ରହିବ।

ଗତ କିଛି ଦିନ ହେବ ପୂର୍ବରୁ ଗୁଜରାଟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଥିଲାଗି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ଏବାଏ ୩୬ଜଣଙ୍କ ଜୀବନ ଯାଇଥିବା ବେଳେ ୧୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୨ଶହରୁ ଅଧିକ ବିପନ୍ନଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି।

ad-week
Leave A Reply

Your email address will not be published.