ନୀତୀଶ କୁମାରଙ୍କ ଜେଡିୟକୁ ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ ଯାଦବ

add-all

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥା ସପକ୍ଷରେ ଯଦି ଜେଡିୟୁ ରହିଛି, ତା’ହେଲେ ଦଳର ନେତାମାନେ ଖୋଲାଖୋଲି ମତ ରଖନ୍ତୁ ବୋଲି ତେଜସ୍ୱୀ କହିଛନ୍ତି।

ଏଥିସହ ସେ ଦେଶବ୍ୟାପୀ ଜାତି ଭିତ୍ତିକ ଜନଗଣନା ପାଇଁ ମଧ୍ୟ ଦାବି କରିଛନ୍ତି। ସମ୍ବିଧାନର ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ବିହାରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହେଉଛି। ଆଜି ବିହାରର ବିଭିନ୍ନ ଜିଲ୍ଲାରେ ଆରଜେଡି ପକ୍ଷରୁ ମଧ୍ୟ ଜାତି ଭିତ୍ତିକ ଜନଗଣନା ଦାବିରେ ଧାରଣା ଦିଆଯାଇଛି। ଏହି ସମୟରେ ତେଜସ୍ୱୀ ଜେଡିୟୁକୁ ଏହା ସପକ୍ଷରେ ମତ ରଖିବାକୁ ଚ୍ୟାଲେଞ୍ଜ କରିଛନ୍ତି।

ସେ କହିଛନ୍ତି, “ଆମେ ଜେଡିୟୁ ନେତାମାନଙ୍କୁ ଚ୍ୟାଲେଞ୍ଜ ଦେଉଛୁ ଯେ ସେମାନେ ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥାକୁ ସାମିଲ କରିବା ସପକ୍ଷରେ ରହିଛନ୍ତି କି ନାହିଁ, ସେକଥା କୁହନ୍ତୁ।”

୯ମ ସେଡ୍ୟୁଲରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଇନର ତାଲିକା ରହିଛି, ଯାହାକୁ କୋର୍ଟରେ କେବେ ହେଲେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। ତେଣୁ ଏଥିରେ ସଂରକ୍ଷଣ ବ୍ୟବସ୍ଥାକୁ ସାମିଲ କରିବା ପାଇଁ ଏବେ ବିହାରରେ ଦାବି ଉଠିଛି।

ଆରଜେଡି ଦେଶବ୍ୟାପୀ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛି ଓ ସମ୍ବିଧାନର ୯ମ ସେଡ୍ୟୁଲରେ ବିହାରର ୬୫% ସଂରକ୍ଷଣ ବ୍ୟବସ୍ଥାକୁ ସାମିଲ କରିବାକୁ ମତ ରଖିଛି।

ଜାତି ଭିତ୍ତିକ ଜନଗଣନାକୁ ବିରୋଧ କରୁଥିବା କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ। ସେ କହିଛନ୍ତି, ବିଜେପି ଜଣେ ଅଳିଆ ଗୋଟାଳିଙ୍କ ପୁଅକୁ ଚାହୁଁଛି ଓ ତାଙ୍କର ପରବର୍ତ୍ତୀ ପିଢ଼ି ଜୀବନ ବ୍ୟାପୀ କେବଳ ନଳା ସଫା କରନ୍ତୁ ବୋଲି ବ୍ୟବସ୍ଥା କରୁଛି। ଯେଉଁମାନେ ଭିକ ମାଗୁଛନ୍ତି, ସେମାନେ ସାରା ଜୀବନ ଭିକ ମାଗନ୍ତୁ ବୋଲି ବିଜେପି ଚାହୁଁଛି।

ଏହା ହେଉଛି ବିଜେପିର ପ୍ରକୃତ ମାନସିକତା। ଆମର ମହାନ ବ୍ୟକ୍ତିବିଶେଷମାନେ ସଂରକ୍ଷଣ କଥା କହୁଥିଲେ। ସେମାନେ ସମାଜର ତଳସ୍ତରରେ ଲୋକଙ୍କ ସମ୍ପର୍କରେ ମତ ରଖୁଥିଲେ। ବିଶେଷ କରି ସେମାନଙ୍କ ମୁହଁରୁ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ସମାନତା କଥା ବାହାରୁ ଥିଲା। ଆଜି ବି ସମାଜରେ ଭେଦଭାବ ଜାରି ରହିଛି।”

ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନ ମିଳିବାରୁ ବିଜେପିର ସହଯୋଗୀ ଜେଡିୟୁ ଉତ୍ସବ ମନାଇଥିବା ମଧ୍ୟ ତେଜସ୍ୱୀ ଦାବି କରିଛନ୍ତି। ଏଥିସହ ବିହାରକୁ କାହିଁକି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.