ଚାଷୀଙ୍କ ପାଇଁ କେନ୍ଦ୍ରର ନିଷ୍ପତ୍ତି: ୧୪ ହଜାର କୋଟିର କାର୍ଯ୍ୟକ୍ରମକୁ ମିଳିଲା ମଞ୍ଜୁରୀ

add-all

କୃଷି କ୍ଷେତ୍ରକୁ ବୁଷ୍ଟ ଯୋଗାଇ ଦେବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୭ ବଡ଼ ନିଷ୍ପତ୍ତି ନେଇଛି। କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ ଆରମ୍ଭ ହେବ ୧୪ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ। ଆଜି ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଡିଜିଟାଲ କୃଷି, ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ନିୟମିତ ଫାର୍ମିଂ ଭଳି କୃଷି ସହ ଜଡ଼ିତ କାର୍ଯ୍ୟକ୍ରମକୁ କ୍ୟାବିନେଟ ଅନୁମତି ମିଳିଛି।

ଡିଜିଟାଲ କୃଷି ମିଶନ ପାଇଁ ୨,୯୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ମିଶନ ଜରିଆରେ କୃଷି କ୍ଷେତ୍ରକୁ ଅତ୍ୟାଧୁନିକ କରାଯିବ। ଟେକ୍ନୋଲୋଜିର ବ୍ୟବହାର କରି ଚାଷ ଜମିର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବ।

ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ପାଇଁ କେନ୍ଦ୍ର କ୍ୟାବିନେଟ କ୍ରପ ସାଇନ୍ସ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦେଇଛି। ଏଥିପାଇଁ ୩,୯୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ଲୋକଙ୍କୁ ଉତ୍ତମ ଗୁଣବତ୍ତାର ଖାଦ୍ୟ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ କ୍ରପ ସାଇନ୍ସ ବିକାଶ ଓ ରିସର୍ଚ୍ଚ ଏହା ଦ୍ୱାରା କରାଯିବ।

କୃଷି ଶିକ୍ଷା, ପରିଚାଳନା ଓ ସାମାଜିକ ବିଜ୍ଞାନ ପାଇଁ ୨୨୯୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପାଣ୍ଠି ସମଗ୍ର ଦେଶରେ କୃଷି ଶିକ୍ଷା ଓ ପରିଚାଳନା କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବ। ପଶୁଧନର ପରିପୋଷଣୀୟ ସ୍ୱାସ୍ଥ୍ୟ ଓ ଉତ୍ପାଦନ ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ ୧୭୦୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଉଦ୍ୟାନ କୃଷିର ବିକାଶ ପାଇଁ ୮୬୦ କୋଟି ଟଙ୍କା, କୃଷି ବିଜ୍ଞାନ କେନ୍ଦ୍ରକୁ ଅଧିକ ସଶକ୍ତ କରିବା ପାଇଁ ୧୨୦୨ କୋଟି ଓ ପ୍ରାକୃତି ସମ୍ପଦର ପରିଚାଳନା ପାଇଁ ୧୧୧୫ କୋଟି ଟଙ୍କାର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।

ad-week
Leave A Reply

Your email address will not be published.