୭୦୦ ଫୁଟ୍ ଘାଟିରୁ ଖସିଲା ସେନା ଗାଡ଼ି, ୪ ସୈନ୍ୟ ମୃତ

add-all

ଗାଙ୍ଗଟକ : ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସେନା ଗାଡ଼ି ୭୦୦ ଫୁଟ୍ ତଳକୁ ଖସି ପଡିଥିଲା। ସୂଚନା ଅନୁସାରେ, ଆଜି ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା। ଏହି ସମୟରେ ସିକ୍କିମର ପାକିଙ୍ଗ ଜିଲ୍ଲାର ରେଶମ ମାର୍ଗରେ ଦୁର୍ଘଟଣା ହୋଇଥିଲା।
ଘାଟି ରାସ୍ତାରେ ଯିବା ସମୟରେ ଦୁର୍ଘଟଣା ଘଟିବାରୁ ସେନା ଗାଡି ପ୍ରାୟ ୭୦୦ରୁ ୮୦୦ ଫୁଟ ତଳକୁ ଖସି ପଡିଥିବା କୁହାଯାଉଛି। ଫଳରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂହ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି ବୋଲି ଜଣାପଡିଛି। ସମସ୍ତ ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁରୀ ୟୁନିଟରେ ନିୟୋଜିତ ଥିଲେ।

ad-week
Leave A Reply

Your email address will not be published.