ୟୁନୁସଙ୍କ ଚେତାବନୀ: ‘ମୁହଁରେ ତାଲା ଲଗାଇ ବସନ୍ତୁ ଶେଖ ହସିନା’

add-all

ନୂଆଦିଲ୍ଲୀ : ଗତ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ସରକାର ବଦଳିବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଅଛନ୍ତି। ବାଂଲାଦେଶରେ ସରକାର ବିରୋଧୀ ହିଂସା ଉଗ୍ରରୂପ ନେବା ପରେ ହସିନାଙ୍କୁ ବାଧ୍ୟବଶତଃ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ଗିରଫଦାରି ଭୟରେ ସେ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ବର୍ତ୍ତମାନ ବାଂଲାଦେଶରେ ନୂଆ ଅନ୍ତରୀଣ ସରକାର ଗଠନ ହୋଇଥିବାବେଳେ ନୂତନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ହସିନାଙ୍କୁ ନେଇ ଅନେକ ସମୟରେ ନାନା ପ୍ରକାର ମନ୍ତବ୍ୟ ଦେଉଛନ୍ତି। ଏବେ ୟୁନୁସ କହିଛନ୍ତି ଯେ, ଶେଖ ହସିନା ଭାରତରେ ବସି ବାଂଲାଦେଶକୁ ନେଇ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି। ଯାହା ଆଦୌ ଠିକ୍‌ ନୁହେଁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ହେଲେ ହସିନାଙ୍କୁ ମୁହଁରେ ତାଲା ଲଗାଇ ବସିବାକୁ ପଡ଼ିବ। ଆମେ ଭାରତ ସରକାରଙ୍କୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିବୁ।
ୟୁନୁସ କହିଛନ୍ତି, ଯଦି ଭାରତ ଶେଖ ହସିନାଙ୍କୁ ବାଂଲାଦେଶକୁ ପ୍ରତ୍ୟର୍ପଣ କରିବା ପର୍ଯ୍ୟନ୍ତ ରଖିବାକୁ ଚାହୁଁଛି, ତେବେ ଏଥିଲାଗି ଏକ ସର୍ତ୍ତ ରହୁ ଯେ, ହସିନା ଚୁପ୍‌ ରହିବା ଦରକାର। ସେ କୌଣସି ପ୍ରକାର ରାଜନୈତିକ ଟିପ୍ପଣୀ ଦେବା ଉଚିତ ନୁହେଁ।

ad-week
Leave A Reply

Your email address will not be published.