ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

add-all

ହାଇଦ୍ରାବାଦ : ଏକ ନିଶ୍ଚିତ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ। ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ।
ରେଳ ବ୍ରିଜ୍‌ର ଫୁଟ୍‌ ପାଥ୍‌ ଉପରେ ରହି ବନ୍ୟା ସ୍ଥିତିର ସମୀକ୍ଷା ଓ ଆଲୋଚନା କରୁଥିଲେ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସୁରକ୍ଷାକର୍ମୀମାନେ ଉପସ୍ଥିତ ଥିଲେ। ଆଉ ଏହି ସମୟରେ ସେହି ରେଳ ବ୍ରିଜ୍‌ରେ ଏକ ଯାତ୍ରୀବାହୀ ଟ୍ରେନ୍ ଆସି ଯାଇଥିଲା। କେହି କିଛି ବୁଝିବା ଆଗରୁ ଟ୍ରେନ୍ ଆଗକୁ ମାଡ଼ି ଚାଲିଥିଲା ଓ ରେଳ ଧାରଣାର ଅତିନିକଟରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ସମସ୍ତେ ଫସି ରହି ଯାଇଥିଲେ। ଅବଶ୍ୟ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।
ରେଳ ବ୍ରିଜ୍‌ ଉପରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବେଳେ କିଭଳି ଟ୍ରେନ୍ ଆସିଲା, ପୂର୍ବରୁ ରେଳ ବିଭାଗ ପାଖରେ ଏ ନେଇ ସୂଚନା ଥିଲା କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଳକୁ ଆଗକୁ ନ ବଢ଼ିବା ପାଇଁ ରେଡ୍ ଫ୍ଲାଗ କିଭଳି ଦେଖାଗଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି କେମିତି ହେଲା ତାକୁ ନେଇ ଜୋର ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.