କେନ୍ଦ୍ରାପଡ଼ାରେ କୁକୁଡ଼ାମରା ଅଭିଯାନ

add-all

କେନ୍ଦ୍ରାପଡ଼ା: ଡେରାବିଶ ବ୍ଳକ ଏଣ୍ଡର ଓ ବାଲିଆ ପଞ୍ଚାୟତରେ ବାର୍ଡ ଫ୍ଲୁ ଆତଙ୍କ । କୁକୁଡ଼ା ଫାର୍ମରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସଂକ୍ରମଣ ଚିହ୍ନଟ ପରେ ସଂକ୍ରମିତ ଅଞ୍ଚଳର ୧ କିମି ପରିସର ମଧ୍ୟରେ ଥିବା ଫାର୍ମର ସମସ୍ତ କୁକୁଡ଼ା ମାନଙ୍କୁ ଆଜି ମରାଯିବ । ଏହି କୁକୁଡା ମରା ଅଭିଯାନରେ ରାପିଡ୍ ରେସପନ୍ସ ଟିମ୍‌ର ୯୦ ଜଣିଆ ସଦସ୍ୟ ସାମିଲ ହେବେ ।

ସୂଚନାନୁସାରେ, କେନ୍ଦ୍ରାପଡାସ୍ଥିତ ଡେରାବିସ୍ ବ୍ଲକର ବାଲିଆ ପଞ୍ଚାୟତରେ ବହୁ ସଂଖ୍ୟାରେ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଏଣ୍ଡର, ନରସିଂହପୁର ଏବଂ ତିଲଙ୍ଗା ପଞ୍ଚାୟତରୁ ମଧ୍ୟ ଏଭଳି ମାମଲା ରୁଜୁ ହୋଇଥିଲା।କୁକୁଡ଼ା ଫାର୍ମରେ ସାନିଟାଇଜେସନ ଏବଂ ମୃତ କୁକୁଡ଼ାମାନଙ୍କୁ ହଟାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ଏତଦ୍ ବ୍ୟତୀତ ସଂକ୍ରମିତ ଜିଲ୍ଲାମାନଙ୍କରୁ କୁକୁଡା ଏବଂ ଅଣ୍ଡା କେନ୍ଦ୍ରାପଡାକୁ ଯେପରି ପ୍ରବେଶ ନକରିବ ସେନେଇ ଉଦ୍ୟମ ଜାରି ରହିଥିବା ଜଣାପଡିଛି।

ad-week
Leave A Reply

Your email address will not be published.