ଲଗାଣ ବର୍ଷାରେ ବେହାଲ କୋରାପୁଟ, ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି

add-all

କୋରାପୁଟ: ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି। ସେପଟେ କୁନ୍ଦୁରା ବ୍ଲକର କୁରଲୁ ଓ ବିରି ନଦୀ ଫୁଲୁଛି । ବନ୍ୟା ପାଣି ଯୋଗୁଁ ଜୟପୁର-କୁନ୍ଦ୍ରୁରା ଯାତାୟାତ ବାଧାପ୍ରାପ୍ତ । ଅନ୍ୟପଟେ ବୈପାରୀଗୁଡ଼ାରେ ସର୍ବାଧିକ ୧୭୦ ମିମି ବର୍ଷା ରେକର୍ଡ ସୂଚନା ।

ସୂଚନା ଅନୁସାରେ, ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇଛି । ଏହା ଉତ୍ତର ଦିଗରେ ଉତ୍ତର ଓଡିଶା – ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତିକରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି l ପରବର୍ତ୍ତୀ ଦୁଇ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର ଓଡିଶା ଗାଙ୍ଗେୟ- ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ଦେଇ ଅତିକ୍ରମ କରିବ । ପ୍ରଭାବରେ ଆଜି ଠାରୁ ବର୍ଷାର ପରିମାଣ ବଢିବ ।

ad-week
Leave A Reply

Your email address will not be published.