ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ସରକାର

add-all

ଭୁବନେଶ୍ୱର: ବିପଦପୂର୍ଣ୍ଣ ଘୋଷଣା ପରେ ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ସୂଚନା ଅନୁସାରେ ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ ରିପୋର୍ଟ ଦିଆଯାଇଥିଲା ।

୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ ଚିଠି କରାଯାଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା, ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ। ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଚିଠି କରିଥିଲେ। ତେବେ ଏହି ଯାଞ୍ଚ ପରେ ଓଡ଼ିଶା ଭବନ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହା ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ad-week
Leave A Reply

Your email address will not be published.