ମଙ୍କିପକ୍ସ ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ୱର: ମଙ୍କିପକ୍ସ ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ l ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି, ସବୁ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l ମଙ୍କିପକ୍ସ ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ ରଖାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏପର୍ଯ୍ୟନ୍ତ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି l ତେଣୁ ମଙ୍କିପକ୍ସକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ l

ସୂଚନାଯୋଗ୍ୟ ଯେ,ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଭାଇରସ୍ ସଂକ୍ରମିତ ହେବାର ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ତାଙ୍କ ଶରୀରରେ ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଛି।ଉକ୍ତ ବ୍ୟକ୍ତି ସଂକ୍ରମିତ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତାଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି। ବିଦେଶରୁ ଆଗତ ଏହି ବ୍ୟକ୍ତି ଜଣଙ୍କ ଅନ୍ୟ କେଉଁମାନଙ୍କ ସହ ମିଶିଥିଲେ, ସେନେଇ ଟ୍ରେସିଂ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।

ad-week
Leave A Reply

Your email address will not be published.