ବନ୍ୟାଞ୍ଚଳକୁ ଚିକିତ୍ସା ପାଇଁ ଟ୍ରାକ୍ଟର ଯୋଗେ ଗଲେ ଡାକ୍ତରୀ ଟିମ୍‌

add-all

ମାଥିଲି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସହ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏଥିରେ ବିଶେଷ ଭାବେ ମାଲକାନଗିରି, ମାଥିଲି, କାଲିମେଳା ଏବଂ ପଡ଼ିଆ ବ୍ଲକ କ୍ଷତିଗ୍ରସ୍ତ ହୋଇଛି।

ମାଥିଲି ବ୍ଲକର ଟେମରୁପାଲ୍ଲୀ ଅଂଚଳରେ ବନ୍ୟା ଜଳ ବଢିଯିବାରୁ ସେହି ଅଂଚଳରେ ରୋଗରେ ଯନ୍ତ୍ରଣା ପାଉଥିବା ଲୋକେ ମେଡିକାଲ ଆସିପାରୁନଥିଲେ। ଏହି ଖବର କ୍ୟାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଣିବା ପରେ ତୁରନ୍ତ ସେହି ଅଂଚଳକୁ ଗସ୍ତ କରିବାକୁ ମନସ୍ଥ କରିଥିଲେ।

ତେବେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ କିପରି ସେହି ଅଂଚଳକୁ ଯାଇ ଲୋକଙ୍କୁ ଚିକିତ୍ସା କରିବେ ଚିନ୍ତାରେ ପଡିଥିଲେ। ତୁରନ୍ତ ଏକ ଟ୍ରାକ୍ଟର ଯୋଗେ ବନ୍ୟା ଜଳରେ ପଶି ଟେମରୁପାଲୀ ଗ୍ରାମରେ ପହଞ୍ଚିଥିଲେ। ଗାଁରେ ଡାକ୍ତରୀ ଟିମ ପହଞ୍ଚିବା ଖବର ପାଇବା ପରେ ଗ୍ରାମବାସୀଙ୍କ ଖୁସି କହିଲେ ନସରେ।ଡାକ୍ତର ସମସ୍ତଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରିଥିଲେ।
ଏବେ ବି ଏକ ଡାକ୍ତରୀ ଦଳ ସେଠାରେ ଲୋକଙ୍କ ସେବା ପାଇଁ ଉପସ୍ଥିତ ରହଛନ୍ତି।କୌଣସି ମୁହର୍ତ୍ତରେ କେହି ଗୁରୁତର ହେଲେ ତୁରନ୍ତ ସେବା ଯୋଗାଇବା ସହ ତାଂକୁ ମେଡିକାଲ ନେବାକୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ବନ୍ୟାରେ ବି ଡାକ୍ତରଙ୍କର ଏହି ସେବା ମନଭାବକୁ ଲୋକେ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.