ରାଜଧାନୀରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ

add-all

ଭୁବନେଶ୍ୱର: ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ନେଇ ମଙ୍ଗଳବାର ଦିନ କହିଛନ୍ତି ମେୟର ସୁଲୋଚାନା ଦାସ।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯଦିଓ ଡେଙ୍ଗୁ ସଂଖ୍ୟା ଅଧିକ ରହିଛି ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

ରାଜ୍ୟର ସମସ୍ତ ପ୍ରମୁଖ ଡାକ୍ତରଖାନା ରାଜଧାନୀରେ ଅଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସି ଭୁବନେଶ୍ୱରରେ ଟେଷ୍ଟିଂ ସହ ଚିକିତ୍ସିତ ହେଉଛନ୍ତି। ସେଥିପାଇଁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ଅଧିକ ରହିଛି।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କର୍ମଚାରୀମାନେ ଏହାର ମୁକାବିଲା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି। ପ୍ରତି ଶୁକ୍ରବାର ଦିନ ‘ଡ୍ରାଏ ଡେ ମୁଭମେଣ୍ଟ’ରେ ସାମିଲ ହେବାକୁ ମେୟର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହାବ୍ୟତୀତ ମଶୁରି ବ୍ୟବହାର କରିବାକୁ ଏବଂ ଜ୍ୱର ହେଲେ ଡାକ୍ତରଙ୍କୁ ଦେଖାଇବାକୁ ସେ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.