ବ୍ୟକ୍ତିଗତ ତଥ୍ୟ ବିକ୍ରି କରି ମାଲେମାଲ ହେଉଛନ୍ତି ଡିଜିଟାଲ ଲୁଟେରା

add-all

ନୂଆଦିଲ୍ଲୀ : ସୋଶାଲ ମିଡିଆ ଯୁଗରେ ଲୋକଙ୍କ ବ୍ୟକ୍ତିଗତ ଡାଟା ଏବେ ଏକ ବ୍ୟବସାୟ ପାଲଟିଗଲାଣି। ହ୍ୟାକରଙ୍କ ପାଇଁ ଏହା ମୂଲ୍ୟବାନ ଦ୍ରବ୍ୟ ସଦୃଶ। କାରଣ ସେମାନେ ଏହାକୁ ବିକ୍ରୟ କରି ଅର୍ଥ ରୋଜଗାରର ଆଉ ଏକ ମାଧ୍ୟମ ସୃଷ୍ଟି କରିଛନ୍ତି। ଯେଉଁଥିରେ ୟୁଜରଙ୍କ ଫ୍ଲାଇଟ୍ ଡିଟେଲ୍ସ ଏବଂ ବ୍ରଡବ୍ୟାଣ୍ଡ ସଂଯୋଗଠାରୁ ଆରମ୍ଭ କରି କାର୍ ବୀମା, ଆପାର୍ଟମେଣ୍ଟ ବିକ୍ରୟ ଏବଂ ମ୍ୟୁଚୁଆଲ ଫଣ୍ଡ ବିନିଯୋଗର ଡାଟା ସଂଗ୍ରହ କରାଯାଉଛି।
ଇକୋନୋମିକ ଟାଇମ୍ସ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, କଲ୍ ସେଣ୍ଟର୍, ବିପିଓ କିମ୍ବା ଟେଲି ମାର୍କେଟିଂ କମ୍ପାନୀଗୁଡିକର କର୍ମଚାରୀମାନଙ୍କୁ ଏହି ଡାଟାସେଟ୍ ୧୫୦ ଟଙ୍କାରୁ ୩୦୦ ଟଙ୍କାରେ ବିକ୍ରି କରାଯାଉଛି।
ରିପୋର୍ଟ ଅନୁଯାୟୀ, ଜଣେ ୨୨ ବର୍ଷୀୟ ଯୁବକ ଋଷଭ ଶୁକ୍ଲା (ଛଦ୍ମନାମ) ଏକ ଟେଲି ମାର୍କେଟିଂ କମ୍ପାନୀରେ କାମ କରନ୍ତି। ପ୍ରତିଦିନ ସେମାନଙ୍କୁ ୭୦-୧୦୦ ଲୋକଙ୍କର ଫୋନ୍ ନମ୍ବର ଦିଆଯାଏ, ଯେଉଁମାନେ ନିକଟରେ ନୋଏଡ଼ାଠାରେ ଫ୍ଲାଟ କିଣିଛନ୍ତି, ବିକ୍ରି କରିଛନ୍ତି କିମ୍ବା ଭଡ଼ା ଦେଇଛନ୍ତି। ରୁଷଭ ପ୍ରତିଦିନ ଏହି ନମ୍ବରଗୁଡ଼ିକୁ କଲ୍ କରନ୍ତି। ଗୋଟିଏ ମାସ ମଧ୍ୟରେ ସେ ୧୩ ଜଣଙ୍କୁ ଖୋଜି ପାଇଥିଲେ, ଯେଉଁମାନେ ଦଲାଲଙ୍କ ମାଧ୍ୟମରେ ଜମି କିଣିଥିଲେ କିମ୍ବା ବିକ୍ରି କରିଥିଲେ। ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ମିଳିଥିଲା।
ଋଷଭ କହିଛନ୍ତି, “ପ୍ରଥମେ ପ୍ରଥମେ ତାଙ୍କୁ ପ୍ରୋତ୍ସାହନ ମିଳୁଥିଲା। କିନ୍ତୁ ଧୀରେ ଧୀରେ ତାଙ୍କ ପାଖକୁ ନମ୍ବର ତାଲିକା ଆସିନଥିଲା। ଫଳରେ ସେ ନିଜେ ଆପାର୍ଟମେଣ୍ଟକୁ ଯାଇ ସିକ୍ୟୁରିଟି ଗାର୍ଡଙ୍କୁ ଧରାଧରି କରି ଭିଜିଟର୍ସ ରେଜିଷ୍ଟରରୁ ଡାଟା ସଂଗ୍ରହ କରୁଥିଲେ। ସେ ଏହି ଡାଟାକୁ ଅନଲାଇନ ରିୟଲ ଇଷ୍ଟେଟ ପ୍ଲାଟଫର୍ମକୁ ବିକ୍ରି କରନ୍ତି। ଏହି ପ୍ଲାଟଫର୍ମ ପୁଣି ଇଣ୍ଟେରିୟର ଡିଜାଇନର, ବ୍ରୋକର, ପ୍ରୋପର୍ଟି ଡିଲର, ହାଉସକିପିଂ ଏବଂ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ଡାଟା ବିକ୍ରି କରନ୍ତି।”
ସେ ସଠିକ୍ ସୂଚନା ବା ଡାଟା ଦେଇ ପାରୁଥିବାରୁ ୩ ମାସ ମଧ୍ୟରେ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରି ପାରିଛନ୍ତି। ଅନଲାଇନ୍ କମ୍ପାନୀଗୁଡ଼ିକ ତାଙ୍କୁ ପ୍ରତ୍ୟେକ ଡାଟାସେଟ୍ ପାଇଁ ୧୦,୦୦୦ ଟଙ୍କା ଦେଇଥିବା କହିଛନ୍ତି।
ଡିଜିଟାଲ୍ ପ୍ରାଇଭେସି (ଗୋପନୀୟତା) ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନେକ ଉପାୟରେ ଡାଟା ଲିକ୍ ହେଉଛି ଏବଂ ଏହା ଏକ ବଡ଼ ବ୍ୟବସାୟରେ ପରିଣତ ହୋଇଛି।
ଡିଜିଟାଲ୍ ଠକେଇ ଚିହ୍ନଟ ଏଜେନ୍ସି mFilterIt ସିଇଓ ଧୀରଜ ଗୁପ୍ତା କୁହନ୍ତି, ‘ଲିଡ୍ ଜେନେରେସନ ନାମରେ ଖୋଲାଖୋଲି ଭାବେ ଡାଟା ଚୋରି ହେଉଛି, ଏହା ଏକ ସଂଗଠିତ ବ୍ୟବସାୟରେ ପରିଣତ ହୋଇଛି।’

ad-week
Leave A Reply

Your email address will not be published.