ବ୍ୟାପୁଛି ଅଜଣା ରୋଗ; ଜ୍ୱର ହେଉଛି, ହାତ ଓ ଗୋଡ ଫୁଲି ଯାଉଛି

add-all

ମୋହନା : ଗାଁରେ ବ୍ୟାପୁଛି ଅଜଣା ରୋଗ। ପ୍ରଥମେ ଜ୍ୱର ହେଉଛି। ତା’ପରେ ହାତ ଓ ଗୋଡ ଫୁଲି ଯାଉଛି। ଗତ ସପ୍ତାହେ ହେଲା ଏହି ରୋଗ ଘରକୁ ଘର ବ୍ୟାପୁଛି। ତେବେ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଜପତି ଜିଲ୍ଲାରୁ ଆସିଛି ଏପରି ଖବର।
ମୋହନା ବ୍ଲକ୍‌ ବିରିକୋଟ ଗାଁରେ ବ୍ୟାପୁଛି ଅଜଣା ରୋଗ। ଏହି ଗାଁର ୯ ଓ ୧୦ ନମ୍ୱର ୱାର୍ଡର ୪୦ରୁ ଅଧିକ ଲୋକ ସପ୍ତାହେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଜ୍ଵର ହେଉଛି। ପରେ ଆଣ୍ଠୁ ଗଣ୍ଠି ବଥା ହୋଇ ହାତ ଓ ଗୋଡ ଫୁଲି ଯାଉଛି। ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀମାନେ ଅଡବା ଓ ମୋହନା ମେଡ଼ିକାଲ୍‌ ଯାଇ ଔଷଧ ଧରି ଆସୁଛନ୍ତି। ତେବେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ରୋଗର କାରଣ ଜଣାପଡ଼ିନି।
ଅଜଣା ରୋଗ ବ୍ୟାପୁଥିବାରୁ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଗାଁରେ ମେଡ଼ିକାଲ୍‌ ଟିମ୍‌ ପହଞ୍ଚି ନାହିଁ। ସେପଟେ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କହିଛନ୍ତି, ମେଡ଼ିକାଲ୍‌କୁ ମାତ୍ର ଦୁଇ ଜଣ ରୋଗୀ ଆସିଛନ୍ତି। ସେମାନଙ୍କୁ ମେଡିସିନ ଦେଇ ପଠାଇ ଦିଆଯାଇଛି। କିନ୍ତୁ ରକ୍ତ ପରୀକ୍ଷା କରାଯାଇ ନାହିଁ। ଖୁବ୍‌ଶୀଘ୍ର ଗାଁକୁ ମେଡ଼ିକାଲ୍‌ ଟିମ୍‌ ଯିବ। ରକ୍ତ ପରୀକ୍ଷା ସହ ଚିକିତ୍ସା ଦେବା ଯୋଗାଇ ଦିଆଯିବ ବୋଲି ଡାକ୍ତର କହିଛନ୍ତି।

ad-week
Leave A Reply

Your email address will not be published.