ନକଲି ନଡ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ, ବାପ-ପୁଅ ଗିରଫ

add-all

ବ୍ରହ୍ମପୁର: ସାଲିମର ନଡ଼ିଆ ତେଲର ଅବିକଳ ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାମକ ନଡ଼ିଆ ତେଲ ପ୍ରସ୍ତୁତ କରି ବଜ଼ାରରେ ହେଉଛି ବିକ୍ରି। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ନକଲି ନଢ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରିଛି ପୁଲିସ। ଏହାସହ ପ୍ରସ୍ତୁତକର୍ତ୍ତା ବାପପୁଅଙ୍କୁ ଗିରଫ କରିବା ସହ କମ୍ପାନୀକୁ ମଧ୍ୟ ସିଜ୍‌ କରିଛି।

ବ୍ରହ୍ମପୁର ବଡବଜ଼ାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚତୁର୍ଥ ଲାଇନରେ ଚାଲିଥିଲା ନକଲି ନଢ଼ିଆ ତେଲ ପ୍ରସ୍ତୁତି। ଥରେ ଆଖି ପଡ଼ିଗଲେ ଭାବିବେ ଏହା ‘ଶଲିମାର’ ନଡ଼ିଆ ତେଲ ବୋତଲ। କିନ୍ତୁ ବୋତଲରେ ନାଁ ଲେଖା ହୋଇଛି ‘ଶିବାନୀ’। କଲିକତାର ସାଲିମାର ନଡ଼ିଆ ତେଲ କମ୍ପାନୀ ଅଭିଯୋଗ ପରେ ପୋଲିସ ପକ୍ଷରୁ ଚଢ଼ାଉ ଜାରି ହୋଇଛି।

ଚଢ଼ାଉରେ ବିପୁଳ ପରିମାଣର ତେଲ, ମେସିନ, ଡବା, ଲିକ୍ୱିଡ ପାରାଫିନ, ଅନ୍ୟାନ୍ୟ ପୋଡା ତେଲ, କାଗଜପତ୍ର ଆଦି ଜିନିଷ ଜବତ କରିଛି ପୋଲିସ। ତଦନ୍ତ ଜାରି ରହିଛି। ଗତ କିଛି ବର୍ଷ ଧରି ଏପରି ନକଲି ଅପମିଶ୍ରିତ ତେଲ ବଜାରକୁ ଛାଡ଼ୁଥିବା ଏକ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି ପୁଲିସ୍‌। ବ୍ରହ୍ମପୁର ବଡ଼ବଜାରରେ ଏକ ଛୋଟ ଘରେ ପ୍ରସ୍ତୁତ ହେଉଥିଲା ଏହି ଅପମିଶ୍ରିତ ତେଲ। ବ୍ରାଣ୍ଡ, ଟ୍ରେଡ ମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା।

ad-week
Leave A Reply

Your email address will not be published.