ମଙ୍ଗଳବାର ଅପରାହ୍ଣରେ ଇସ୍ତଫା ଦେଇପାରନ୍ତି କେଜ୍ରିଓ୍ବାଲ

add-all

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରୁ ଫେରିବା ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇ ରହିଛି । ସେ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଯାଇଛି । ଆଜି (ସୋମବାର) ସେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି । ସୂଚନା ଅନୁସାରେ ମଙ୍ଗଳବାର ୪.୩୦ରେ ସାକ୍ଷାତ ପାଇଁ ସମୟ ଦେଇଛନ୍ତି ଉପରାଜ୍ୟପାଳ । ଫଳରେ କେଜ୍ରିଓ୍ବାଲ ଆସନ୍ତାକାଲି ଇସ୍ତଫା ଦେବାର ସମ୍ଭାବନା ବଢିଯାଇଛି । 

ସେପଟେ ଆଜି ଅପରାହ୍ନ ୫ଟାରେ ଆପ ରାଜନୈତିକ ବ୍ୟାପାର କମିଟିର ବୈଠକ ଗୁରୁତ୍ୱପୂର୍ଣ୍ଣ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏହି ବୈଠକରେ ଆଲୋଚନା ହେବ।
ସେପଟେ ଆଜି ଅପରାହ୍ନ ୫ଟାରେ ଆପ ରାଜନୈତିକ ବ୍ୟାପାର କମିଟିର ବୈଠକ ଗୁରୁତ୍ୱପୂର୍ଣ୍ଣ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏହି ବୈଠକରେ ଆଲୋଚନା ହେବ। ସେହିପରି ନୂଆ କ୍ୟାବିନେଟ ଉପରେ ମଧ୍ୟ ଆଲୋଚନା ହେବ । କେଜ୍ରିୱାଲ ଜେଲରୁ ବାହାରିବା ପରେ ଏହା ହେଉଛି ପ୍ରଥମ ପିଏସି । ଆଗାମୀ ଦିନରେ ଦଳକୁ ଅନେକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ, ସେଗୁଡ଼ିକ ଉପରେ ମଧ୍ୟ ଏହି ପିଏସିରେ ଆଲୋଚନା ହେବ। ବୈଠକ ପୂର୍ବରୁ ମନୀଷ ସିସୋଦିଆ ଓ ରାଘବ ଚଢା ମୁଖ୍ୟମନ୍ତ୍ରୀ ଆବାସକୁ ଯାଇ କେଜ୍ରିଓ୍ବାଲଙ୍କ ସହ ଆଲୋଚନା କରିଛନ୍ତି ।

ad-week
Leave A Reply

Your email address will not be published.