ଆଉ ବୁଲି ପାରିବନି ବୁଲଡୋଜର, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

add-all

ବ୍ୟକ୍ତିଗତ ଘର କିମ୍ବା କାର୍ଯ୍ୟାନୁଷ୍ଠାନ ଉପରେ ଆଉ ବୁଲି ପାରିବନି ବୁଲଡୋଜର। ଅକ୍ଟୋବର ୧ ପର୍ଯ୍ୟନ୍ତ ସମଗ୍ର ଦେଶ୍ରରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ।

ବିଭିନ୍ନ କାରଣକୁ ନେଇ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ଏହା ବିରୋଧରେ ଜମିୟତ ଉଲେମା-ଇ-ହିନ୍ଦ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦେଶର କୌଣସି ସ୍ଥାନର ବୁଲଡୋଜର ଆକ୍ସନ ନିଆଯାଇ ପାରିବ ନାହିଁ ବୋଲି କହିଛନ୍ତି।

ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଆମର ଅନୁମତି ବିନା କୌଣସି ସ୍ଥାନରେ ବୁଲଡୋଜର ଲଗାଇ ଉଚ୍ଛେଦ ହୋଇପାରିବ ନାହିଁ। ଆମେ ବୁଲଡୋଜର ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବୁ। ଆସନ୍ତା ଅକ୍ଟୋବର ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ରାସ୍ତାଘାଟ, ଜଳସମ୍ପଦ, ଫୁଟପାଥ, ରେଳ ଲାଇନ ଇତ୍ୟାଦିରେ ବେଆଇନ ଭାବେ ନିର୍ମାଣ ହୋଇଥିଲେ ସେସବୁ ଉଚ୍ଛେଦ ହୋଇପାରିବ।କେବଳ ବ୍ୟକ୍ତିଗତ ଘର କିମ୍ବା ଘରୋଇ ସଂସ୍ଥାରେ ବୁଲଡୋଜର ଆକ୍ସନ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ। 

ad-week
Leave A Reply

Your email address will not be published.