୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ

add-all

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆର୍‌ଆଇ। ତାଙ୍କ ବରୁଣ ଜେନା। ଢେଙ୍କାନାଳ ସଦର ଆରଆଇ ଅଫିସରେ ସେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ ବଳରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।  

ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ପ୍ରକାରେ ଅଭିଯୋଗକାରୀ ଆଜି ସେ ବଳରାମ ସାହୁଙ୍କ ମାଧ୍ୟମରେ ଆରଆଇ ବରୁଣ ଜେନାଙ୍କୁ ୩୦ହଜାର ଟଙ୍କାର ଲାଞ୍ଚ ଅର୍ଥ ଦେଇଥିଲେ। ସେମାନେ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଥିଲା।

ଭିଜିଲାନ୍ସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।

ad-week
Leave A Reply

Your email address will not be published.