୧୮ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ

add-all

ଜୟପୁର : ଜିତିଲା ଜୀବନ। ବୋରଓ୍ୱେଲ ଭିତରୁ ଜୀବନ୍ତ ଉଦ୍ଧାର ହେଲା ୨ ବର୍ଷର ଶିଶୁ। ରାଜସ୍ଥାନର ଦୌସାରେ ୩୬ ଫୁଟ ବୋରଓ୍ୱେଲ ଭିତରକୁ ଖସିପଡିଥିବା କୁନି ଝିଅ ନୀରୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୧୮ ଘଣ୍ଟାର ଅପରେସନ୍‌ ପରେ ମିଳିଛି ସଫଳତା।
ବୁଧବାର ୨ ବର୍ଷର କୁନି ଝିଅ ନୀରୁ ଘର ପାଖରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରକୁ ଖସି ପଡିଥିଲା। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅଟି ବୋରଓ୍ୱେଲରେ ଖସିପଡିଥିଲା ଜାଣିବାକୁ ପାଇଥିଲେ। ଏହାପରେ ଖବର ପାଇ ପ୍ରଶାସନ, ଏସ୍‌ଡିଆର୍‌ ଓ ଏନ୍‌ଡିଆର୍‌ଏଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାଯ୍ୟ ଆରମ୍ଭ କରିଥିଲେ।
ବୋରୱେଲ ନିକଟରେ ୩୬ ଫୁଟ ଗଭୀର ଗାତ ଖୋଳା ଯାଇଥିଲା। ଉଦ୍ଧାର ପାଇଁ ଗୋଟିଏ LNT, ୪ଟି JCB ଏବଂ ଦୁଇଟି ଟ୍ରାକ୍ଟରର ସାହାଯ୍ୟ ନିଆଯାଇଥିଲା। ପାଇପ୍‌ ର ୨୦ ଫୁଟ ଟନେଲ୍ ନିର୍ମାଣ କରାଯାଇଥିଲା। ଏଥିସହ ଶିଶୁଟିର ଗତିବିଧି ଦେଖିବା ପାଇଁ ଏକ କ୍ୟାମେରା ମଧ୍ୟ ଭିତରକୁ ଛଡା ଯାଇଥିଲା।
ଶେଷରେ ଦୀର୍ଘ ୧୮ ଘଣ୍ଟାର ଅପରେସନ୍‌ ପରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତା’ର ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.