ରାସ୍ତାରେ ପଡ଼ିଥିଲା ସୁଟକେସ୍‌, ବାହାରିଲା ମହିଳାଙ୍କ ଖଣ୍ଡବିଖଣ୍ଡ ଶରୀର

add-all

ଚେନ୍ନାଇ : ରାସ୍ତାରେ ପଡ଼ିଥିଲା ଗୋଟିଏ ସୁଟକେସ୍‌। ପରତ୍ୟକ୍ତ ଭାବେ ସୁଟକେସ ପଡ଼ିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଟିକିଏ ଭଲ କି ଲୋକମାନେ ସୁଟକେସକୁ ଦେଖିବାରୁ ସେଥିରୁ ଝରୁ ଥିଲା ରକ୍ତ। ବାସ୍‌ ଏହା ଦେଖି ପୂରା ଚେନ୍ନାଇରେ ଖେଳି ଯାଇଥିଲା ଆତଙ୍କ। ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଟକେସ ଖୋଲିବାରୁ ତା’ ଭିତରୁ ବାହାରିଥିଲା ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର।
ପୁଲିସ୍‌ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ତାଙ୍କ ନାଁ ମଣି। ସୁଟକେସ ମିଳିଥିବା ସ୍ଥାନ ଠାରୁ ମଣିଙ୍କ ଘର ମାତ୍ର ୧୦୦ ମିଟର। ତେଣୁ ପୁଲିସ୍‌ ତାଙ୍କୁ ଅଟକ କରି ଅଧିକ ତଦନ୍ତ କରିଛି।
ସୁଟକେସରୁ ମିଳିଥିବା ଖଣ୍ଡବିଖଣ୍ଡ ମୃତଦେହର ପରିଚୟ ମିଳିଛି। ଉକ୍ତ ମହିଳାଙ୍କ ନାଁ ଦୀପା। ତାଙ୍କ ଘର ମାଧବରାମ ଅଞ୍ଚଳରେ। ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଚେନ୍ନାଇର କୁମାରନ କୁଡିଲର ଜଣେ ଲୋକ ପୁଲିସ୍‌କୁ ଭୋର ୫.୩୦ରେ ଫୋନ କରିଥିଲେ।
ସେ ଫୋନ କରି ଥୋରାଇପାକ୍କମ ଅଞ୍ଚଳରେ ଗୋଟିଏ ପରିତ୍ୟକ୍ତ ସୁଟକେସ ପଡ଼ିଥିବା ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ତୁରନ୍ତ ପହଞ୍ଚି ସୁଟକେସକୁ ଜବତ କରିବା ସହ ତା’ ଭିତରକୁ ଖଣ୍ଡବିଖଣ୍ଡ ମୃତଦେହକୁ ଠାବ କରିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଉକ୍ତ ଅଞ୍ଚଳରେ ଥିବା ସିସିଟିଭିକୁ ପୁଲିସ୍‌ ଯାଞ୍ଚ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ହେଲେ ଯାଏ ମଣିଙ୍କ ସହ ଦୀପାଙ୍କ ସମ୍ପର୍କ କ’ଣ ସେକଥା କହି ନାହିଁ। ମଣିଙ୍କୁ କାହିଁକି ଅଟକ ରଖାଯାଇଛି, ସେକଥା ମଧ୍ୟ ପୁଲିସ୍‌ ସ୍ପଷ୍ଟ କରିନି।

ad-week
Leave A Reply

Your email address will not be published.