ନନ୍ଦନକାନନରୁ ବାଲୁଖଣ୍ଡ ଅଭୟାରଣ୍ୟ ଗଲେ କୃଷ୍ଣସାର ମୃଗ

add-all

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ନନ୍ଦନକାନନରୁ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ ଗଲେ ୧୩ଟି କୃଷ୍ଣସାର ମୃଗ। ବୁଧବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଭ୍ୟାନରେ ନନ୍ଦନକାନନ ଚିଡ଼ିଆଖାନାରୁ କୃଷ୍ଣସାର ମୃଗମାନଙ୍କୁ କୋଣାର୍କ ନିଆଯାଇଥିଲା। ଅଭୟାରଣ୍ୟରେ କୃଷ୍ଣସାର ମୃଗ ବଂଶ ବୃଦ୍ଧି ପାଇଁ ବନ ବିଭାଗ ଏପରି ବ୍ୟବସ୍ଥା କରିଛି।
କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟରେ ପୂର୍ବରୁ କୃଷ୍ଣସାର ମୃଗ ଥିଲେ। ହେଲେ ଗତ ୨୦ ବର୍ଷ ହେଲା ସେମାନଙ୍କ ବଂଶ ଲୋପ ପାଇଯାଇଛି। ଏବେ ପର୍ଯ୍ୟାପ୍ତ ପରିମାଣର ଚିତ୍ରା ହରିଣ ରହିଛନ୍ତି। ରିପୋର୍ଟ ଅନୁସାରେ ୫୦୦୦ରୁ ଅଧିକ ହରିଣ ଥିବା ଜଣାପଡ଼ିଛି। ତେବେ କୃଷ୍ଣସାର ମୃଗ ବଂଶ ବୃଦ୍ଧି ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଗତ ଜୁନ ୧୮ ତାରିଖରେ ୬ଟି ମାଈ ଓ ୪ଟି ଅଣ୍ଡିରା ମୋଟ୍‌ ୧୦ଟି କୃଷ୍ଣସାର ମୃଗ ଉକ୍ତ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ଏବେ ଆଉ ୧୩ କୃଷ୍ଣସାର ମୃଗ ନନ୍ଦନକାନନରୁ ଯାଇଛି।
ଅଭୟାରଣ୍ୟକୁ ଆସିଥିବା କୃଷ୍ଣସାର ମୃଗମାନଙ୍କୁ ଏବେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ପ୍ରାୟ ୧୦ ଦିନ ପରେ ସେମାନଙ୍କୁ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡ଼ାଯିବ। ସେମାନଙ୍କୁ କୁରୁଜଙ୍ଗ ଇଡିସି ସଂଲଗ୍ନ ଜଙ୍ଗଲରେ ଛଡ଼ାଯିବ। ସେମାନଙ୍କ ଖାଇବା ପାଇଁ ସ୍ୱତନ୍ତ୍ର ଘାସ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଆଗକୁ ଆହୁରି ୨ଟି କୃଷ୍ଣସାର ମୃଗ ନନ୍ଦନକାନନରୁ ଆସିବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.