ମାଓବାଦୀ ଯୋଜନା କୁ ପଣ୍ଡ କଲେ ଯବାନ…

add-all

ମାଲକାନଗିରି : ଗୋପନୀୟ ତଥ୍ୟ କୁ ଆଧାର କରି 142 ବାଟାଲିୟନ ବିଏସ୍ଏଫର ଯବାନମାନେ ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ ନିକଟ ଗୋମ୍ପାକୋଣ୍ଡା କେନାଲ ନିକଟରେ ଏକ ସ୍ୱତନ୍ତ୍ର ମିଶନ୍ ଆରମ୍ଭ କରିଥିଲେ। ଉକ୍ତ ସ୍ଥାନରେ ଅନୁସନ୍ଧାନ ବେଳେ ଜବାନଙ୍କୁ ପ୍ଲାଷ୍ଟିକରେ ଆବୃତ ଏକ ବିସ୍ଫୋରକ (IED) ଉଦ୍ଧାର କରିଥିଲେ । ଉକ୍ତ ବିସ୍ଫୋରକ କାଲିମେଳା ଥାନା ଅନ୍ତର୍ଗତ ବୋଡିଗେଟା ଗ୍ରାମ ନିକଟ ଗମ୍ପାକୋଣ୍ଡା କେନାଲ ନିକଟ ଚାରକୋଣ୍ଡା ବ୍ରିଜ ନିକଟରେ ଥିବା ଏକ ଯାଆଁଳା ଗଛ ନିକଟରେ ପୋତି ଦିଆଯାଇଥିଲା। ମାଲକାନଗିରି |ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ବମ୍ ଡିସପୋଜାଲ୍ ସ୍ୱାଡ଼ ଦ୍ୱାରା ଉକ୍ତ IED କୁ ନିରାପଦରେ ନିଷ୍କ୍ରିୟ କରାଯାଇଥିଲା। ଏହି ଅଞ୍ଚଳ ଦୀର୍ଘ ଏକ ଦଶନ୍ଧି ଧରି ଏକ ମାଓବାଦୀଙ୍କ ଗଡ଼ ହୋଇ ରହିଆସିଛି । ଯେଉଁଠାରେ ମାଓବାଦୀ କ୍ୟାଡର ଏବଂ ସେମାନଙ୍କ ସମର୍ଥକ ବ୍ୟକ୍ତିମାନେ ଏହି ଅଞ୍ଚଳକୁ ଆଶ୍ରୟସ୍ଥାନ ଇ ରକ୍ଷଣାବେକ୍ଷଣ ପାଇଁ ବ୍ୟବହାର କରୁଛନ୍ତି | ଏହି ଅଞ୍ଚଳରେ ସେମାନେ ଯବାନଙ୍କ ପ୍ରବେଶକୁ ରୋକିବା ପାଇଁ ଓ ନିଜ ଅଞ୍ଚଳକୁ ସୁରକ୍ଷିତ କରିବା ପାଇଁ IED ଓବୋମା ତିଆରି ସାମଗ୍ରୀ ମାଟିତଳେ ପୋତିଛନ୍ତି । ଏହିଭଳି ଭାବେ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବାହିନୀ (BSF) ଏବଂ ପୋଲିସ୍ କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ପୃଥକ ସ୍ଥାନରେ ଅସ୍ତ୍ର ଲୁଚାଇ ରଖିଛନ୍ତି। ଦୀର୍ଘ ଦିନ ଧରି ବିଏସ୍ଏଫ୍ ମାଲକାନଗିରି ଜିଲ୍ଲାରେ ସକ୍ରିୟ ଭାବରେ ଅପରେସନ୍ ଜାରୀରଖିଛି । ନିଜର ଦୃଢ଼ ଉପସ୍ଥିତି ବଜାୟ ରଖିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବଢ଼ାଇବାରେ ସାହାଯ୍ୟ କରିଛି । ବର୍ତ୍ତମାନ ଏହି ଅଞ୍ଚଳରେ IED ର ପୁନରୁଦ୍ଧାର ସହ ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ସମର୍ଥକ ବ୍ୟକ୍ତିଙ୍କୁ ମୁଖ୍ୟ ଧାରାରେ ସାମିଲ କରିବା ସହ ସମଗ୍ର ଅଞ୍ଚଳରେ ଅଧିକ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ କରିବାକୁ ବିଏସଏଫ ପକ୍ଷରୁ କୁହାଯାଇଛି |

ad-week
Leave A Reply

Your email address will not be published.