ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍, ଆସୁଛି କ୍ରିପ୍ଟୋକରେନ୍ସି ଭିଡିଓ

add-all

ହ୍ୟାକରଙ୍କ ନଜରରେ ସୁପ୍ରମକୋର୍ଟଙ୍କ ୟ୍ୟଟ୍ୟୁବ୍ ଚ୍ୟାନେଲ୍। ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଏବଂ ସଂସ୍ଥାର ସୋଶାଲ ମିଡିଆ ପ୍ଲାଟଫର୍ମ ହ୍ୟାକ୍ ହେବା ନେଇ ଖବର ଆସୁଥିବା, ଏବେ ସୁପ୍ରିମକୋର୍ଟଙ୍କ ଚ୍ୟାନେଲକୁ ବି ହ୍ୟାକ୍ କରା ଯାଇଥିବା ଜଣାପଡିଛି।

ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍ ଚ୍ୟାନେଲରେ ଆମେରିକା ଆଧାରିକ କମ୍ପାନୀର ବିଜ୍ଞାପନ ପ୍ରସାରିତ ହେବା ପରେ ଏହା ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଆମେରିକାର ଆଧାରିତ କମ୍ପାନୀ ରିପଲ୍ ଲ୍ୟାବ ଦ୍ୱାରା ବିକଶିତ  କ୍ରିପ୍ଟୋକରେନ୍ସିକୁ ପ୍ରୋତ୍ସାହିତ କରୁଥିବା ଭିଡିଓ ଦେଖିବାକୁ ମିଳୁଛି।

ବାସ୍ତବରେ, ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲା ଯାଇଥିଲା। ମାମଲାଗୁଡ଼ିକର ବିଚାର ସମୟରେ ଲୋକେ କିପରି ଲାଇଭ୍ ମାଧ୍ୟମରେ ଶୁଣାଣି ବାବଦରେ ଜାଣିପାରିବେ, ସେଥିପାଇଁ ଏହି ଚ୍ୟାନେଲେ ଖୋଲା ଯାଇଥିଲା। 

ତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାପପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ସମ୍ପ୍ରତି ପୂର୍ଣ୍ଣ ଅଦାଲତ ବୈଠକରେ ସର୍ବସମ୍ମତି କ୍ରମେ ୨୦୧୮ରେ ସମସ୍ତ ସମ୍ବିଧାନ ବେଞ୍ଚ ଶୁଣାଣିର ଲାଇଭ୍ ଷ୍ଟ୍ରିମ୍ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ହ୍ୟାକରମାନେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଚ୍ୟାନେଲକୁ ମଧ୍ୟ ହ୍ୟାକ୍ କରି ଏଥିରେ କ୍ରିପ୍ଟୋକରେନ୍ସିର ବିଜ୍ଞାପନ ପାଇଁ ଭିଡିଓ ପ୍ରସାରଣ କରୁଛନ୍ତି। 

ad-week
Leave A Reply

Your email address will not be published.