​ବସ୍ତର ଅଞ୍ଚଳର ମାଓହିଂସା ପୀଡ଼ିତଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

add-all

ନୂଆଦିଲ୍ଲୀ : ଛତିଶଗଡ଼ର ବସ୍ତର ଅଞ୍ଚଳରୁ ମାଓବାଦୀ ହିଂସାର ଶିକାର ହୋଇଥିବା ଅନେକ ପୀଡ଼ିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଭେଟିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ହିଂସାର ମାର୍ଗ ଆପଣାଇବାକୁ କୌଣସି ଉଦ୍ଦେଶ୍ୟ ଯୁକ୍ତିଯୁକ୍ତ କରିପାରିବ ନାହିଁ, ଯାହା ସମାଜ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ବାମପନ୍ଥୀ ଉଗ୍ରବାଦୀଙ୍କୁ ହିଂସା ତ୍ୟାଗ କରିବାକୁ ରାଷ୍ଟ୍ରପତି ମୁର୍ମୁ ଅନୁରୋଧ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କହିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଏହା ହେଉଛି ଗଣତନ୍ତ୍ରର ମାର୍ଗ ଏବଂ ମହାତ୍ମା ଗାନ୍ଧୀ ଆମକୁ ଏହି ମାର୍ଗ ଦେଖାଇଥିଲେ। ହିଂସାରେ ଭରା ଏହି ଦୁନିଆରେ ଆମକୁ ଶାନ୍ତିର ମାର୍ଗରେ ଚାଲିବାକୁ ଚେଷ୍ଟା କରିବାକୁ ପଡିବ।

ad-week
Leave A Reply

Your email address will not be published.