ତିରୁପତି ଲଡ଼ୁ ବିବାଦ: ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ର ମନ୍ତ୍ରୀ

add-all

ନୂଆଦିଲ୍ଲୀ :ତିରୁପତି ମନ୍ଦିର ପ୍ରସାଦକୁ ନେଇ ଜାରି ରହିଛି ବିବାଦ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାବ ଉପୁଜିଛି। ଏହାରି ଭିତରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ତିରୁପତି ଲଡ଼ୁ ସହ ଜଡିତ ବିବାଦ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କଡା ତଥା ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ। ସୋଶାଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିବା ଉଚିତ। ଏଥିସହ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ଉଚିତ। ସେ କହିଛନ୍ତି ଯେ ‘ ହିନ୍ଦୁମାନଙ୍କ ବିଶ୍ୱାସ ଏବଂ ଆସ୍ଥା ଉପରେ ସିଧାସଳଖ ଆକ୍ରମଣ ହୋଇଛି, ଏହାକୁ ବରଦାସ୍ତ କରାଯିବ ନାହିଁ।’
କେବଳ ସେତିକି ନୁହେଁ ଗତ ୪ ବର୍ଷ ଭିତରେ ତିରୁପତି ଲଡ଼ୁ ପାଇଁ ଘିଅ ଯୋଗାଉଥିବା ଯୋଗାଣକାରୀଙ୍କ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଶୋଭା କରନ୍ଦଲାଜେ ମଧ୍ୟ ଦାବି କରିଛନ୍ତି। କିଏ ଟେଣ୍ଡର ପାଇଛନ୍ତି ଏବଂ କେଉଁଠାରୁ ଘିଅ ଯୋଗାଇ ଦିଆଯାଉଛି ତାହା ସ୍ପଷ୍ଟ ହେବା ଉଚିତ ବୋଲି ସେ କହିଛନ୍ତି।
ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ଏହି ମାମଲାରେ କରନ୍ଦଲାଜେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଦାବି କରି କହିଛନ୍ତି ଯେ ଏବେ ଆଉ କୌଣସି ଗୋପନୀୟତା ରହିବା ଉଚିତ ନୁହିଁ, ପୂରା ସତକୁ ସାମ୍ନାକୁ ଆଣିବାର ସମୟ ଆସିଛି। ହିନ୍ଦୁ ବିଶ୍ୱାସ ସହ ଜଡିତ ଏହି ପ୍ରସଙ୍ଗରେ ବିଜେପି ନେତାଙ୍କ ଏହି କଠୋର ଦାବି ରାଜନୈତିକ ତଥା ଧାର୍ମିକ ସ୍ତରରେ ହଇଚଇ ସୃଷ୍ଟି କରିଛି।
ସେପଟେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଲଡ଼ୁ ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଏହା କୋଟି କୋଟି ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୟାସର ବିଷୟ। ଏଥିରେ କୌଣସି ରାଜନୀତି ହେବା ଉଚିତ ନୁହେଁ। ଶୀଘ୍ର ସତ୍ୟ ବାହାରକୁ ଆସିବା ଉଚିତ। ଯଦି ଲ୍ୟାବ ରିପୋର୍ଟ ଠିକ ଅଛି ତେବେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।’

ad-week
Leave A Reply

Your email address will not be published.