ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚନ୍ଦ୍ରବାବୁଙ୍କୁ ‘ମିଛୁଆ’ କହିଲେ ଜଗନ

add-all

ତିରୁପତି ମନ୍ଦିର ଲଡ଼ୁ ମାଛ ତେଲ, ଘୁଷିରି ଓ ଗୋରୁ ଚର୍ବିରୁ ପ୍ରସ୍ତୁତ ହେଉଥିବା ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ।

ମନ୍ଦିରର ନୀତିକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଥିବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଜଣେ ‘ପାଥୋଲୋଜିକାଲ୍ ମିଥ୍ୟାବାଦୀ’। ସେ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ କୋଟି କୋଟି ଲୋକଙ୍କ ବିଶ୍ୱାସକୁ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି। 

ଚିଠିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି, “ନାଇଡୁଙ୍କ ବେପରୁଆ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତ୍ତି ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ପବିତ୍ରତାକୁ କ୍ଷୁର୍ଣ୍ଣ କରିଛି।”

ସେ ଚିଠିରେ ଆହୁରି କହିଛନ୍ତି ଯେ, ପ୍ରଭୁ ଭେଙ୍କଟେଶ୍ୱରଙ୍କୁ କେବଳ ଭାରତୀୟମାନେ ପୂଜା କରନ୍ତିନି, ବିଦେଶରେ ମଧ୍ୟ କୋଟି କୋଟି ହିନ୍ଦୁ ଭକ୍ତ ଆରାଧ୍ୟ ମଣନ୍ତି। ଯଦି ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଅତି ସାବଧାନତାର ସହ ନିୟନ୍ତ୍ରଣ କରାନଯାଏ, ତେବେ ଏହି ମିଛ ବ୍ୟାପକ କ୍ଷତି ପହଞ୍ଚାଇପାରେ।

ତେଣୁ ଭକ୍ତଙ୍କ ବିଶ୍ୱାସ ଓ ଭରସାକୁ ପୁନଃସ୍ଥାପିତ କରି ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ଜଗନ ମୋହନ ରେଡ୍ଡୀ।

ad-week
Leave A Reply

Your email address will not be published.