କ୍ଷୀରରେ ଅପମିଶ୍ରଣ ଅଭିଯୋଗ, କମ୍ପାନୀ ପରିସରରେ ଚାଲିଛି ଯାଞ୍ଚ

add-all

କଟକ : ସାଲେପୁର ଆତୋଡା ମହାନଦୀ ପଠାରେ ଥିବା ରୋହିଣୀ କ୍ଷୀର କମ୍ପାନୀରେ ଅପମିଶ୍ରଣ ହେଉଥିବା ସୂଚନା । ଜଗତପୁର ପୋଲିସ ଓ ଫୁଡ୍ ବିଭାଗ ପକ୍ଷରୁ ଚଢାଉ । ବରିଷ୍ଠ ଅଧିକାରୀ ମାନଙ୍କ ପକ୍ଷରୁ କମ୍ପାନୀ ପରିସରରେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ । କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୋଲିସର ମିଳିତ ଚଢାଉ ଚାଲିଛି ।  କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଚାଲିଥିବା ରୋହିଣୀ ନାମକ ଦୁଗ୍ଧ କମ୍ପାନୀ ଉପରେ ଏହି ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଦୁଗ୍ଧ ପ୍ୟାକେଟ ଭିତରେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା ଏହି କ୍ଷୀର ପ୍ୟାକେଟ।

କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠା ଯାଉଥିଲା । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।  ଏହି ପ୍ରଡକ୍ଟ ଯେଉଁ ଯେଉଁ ଆଡ଼େ ବିକ୍ରି ହୋଇଛି ତାହା ଉପରେ ପୋଲିସ ଅନୁଧାନ କରୁଛି ବୋଲି କଟକ ଏସି ସି ପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।  ଅନ୍ୟପଟେ ଫୁଡ ଡିପାର୍ଟମେଣ୍ଟ ଉକ୍ତ ଦୁଗ୍ଧ ଫ୍ୟାକ୍ଟ୍ରି ରୁ ସମସ୍ତ ସାଂପୁଲ ସଂଗ୍ରହ କରିଥିବା ବେଳେ ଏହି ଫ୍ୟାକ୍ଟ୍ରି ର ମାଲିକକୁ ଅଟକ ରଖି ପଚରା ଉଚରା ଚଳାଇଛି ।

ad-week
Leave A Reply

Your email address will not be published.