ଟ୍ରକ୍‌ରେ ନିଆଁ ଲାଗି ପୋଡ଼ିଗଲା ୩୦ ଟନ୍‌ ଡାଲି

add-all

ନିଆଳି: ଚଳନ୍ତା ଡାଲି ଟ୍ରକ୍‌ରେ ଲାଗିଲା ନିଆଁ। ପୋଡ଼ିଗଲା ୩୦ ଟନ୍‌ ଡାଲି। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି। ନିଆଁ ଆୟତ୍ତ କଲା ଅଡ଼ଶପୁର ଓ ନିଆଳି ଅଗ୍ନିଶମ ବାହିନୀ। ବଶଃତ ଟ୍ରକ୍‌ ଡ୍ରାଇଭରର କିଛି ହୋଇନାହିଁ।

ରାୟପୁରରୁ କୋଣାର୍କ ଯାଉଥିଲା ଡାଲି ବୋଝେଇ ଟ୍ରକ୍। ଆଜି ଭୋର ୪ଟା ସମୟରେ ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା।

ସେଥିରେ ଥିବା ଡାଲି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ad-week
Leave A Reply

Your email address will not be published.