ଅକ୍ଟୋବରରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି

add-all

ନୂଆଦିଲ୍ଲୀ : ଅକ୍ଟୋବର ମାସରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ୨୦୨୩ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜୁଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ ପ୍ରତି ଦୃଢ ସମର୍ଥନ ଜଣାଉଥିବା ମୁଇଜୁଙ୍କ ଏହି ଗସ୍ତକୁ କୂଟନୈତିକ ମହଲ ଗୁରୁତ୍ଵ ପ୍ରଦାନ କରୁଛନ୍ତି। ମୁଇଜୁ ରାଷ୍ଟ୍ରପତି ହେବା ପରେ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି। ଅପରପକ୍ଷରେ ଭାରତ ପାଲଟା ରଣନୀତି ଅବଲମ୍ବନ କରିବା ପରେ ମିିଇଜୁ ଅଡୁଆ ସ୍ଥିତିରେ ପଡିଥିଲେ। ତେଣୁ ଭାରତ ସହ ଦ୍ଵିପାକ୍ଷିକ ସମ୍ପର୍କକୁ ପୁଣି ମଜବୁତ୍ କରିବାକୁ ସେ ଭାରତ ଆସୁଥିବା କୁହାଯାଉଛି।

ad-week
Leave A Reply

Your email address will not be published.