ଆସୁଛି ଆଉ ଏକ ଲଘୁଚାପ!

add-all

ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ୨୭ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ପାଣିପାଗକୁ ନେଇ କରାଯାଇଥିବା ବିସ୍ତାରିତ ପରିସର ଆକଳନରେ ଏହି କଥା କୁହାଯାଇଛି।

ପାଣିପାଗ ବିଭାଗର ଏହି ଆକଳନ ଅନୁଯାୟୀ, ପ୍ରଥମ ସପ୍ତାହରେ ଅର୍ଥାତ୍ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସପ୍ତାହରେ ରାଜ୍ୟରେ ମୋଟାମୋଟି ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଅକ୍ଟୋବର ୪ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ନେଇ ପାଣିପାଗ ବିଭାଗ ପକ୍ଷରୁ ଆଉ କିଛି ଅଧିକ ସୂଚନା ଦିଆଯାଇନାହିଁ। ତେବେ ସେହି ସମୟରେ ଦୁର୍ଗାପୂଜା ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି। ଅକ୍ଟୋବର ୯ ତାରିଖରେ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା ରହିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ’ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୪ ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୦୯୦.୮ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୧୧୪୪.୩ ମିମି ବର୍ଷା ହେବା କଥା। ଜୁନ୍‌ ୧ରୁ ସେପ୍ଟେମ୍ବର ୨୯ ତାରିଖ ମଧ୍ୟରେ ୨ଟି ଜିଲ୍ଲା- ମାଲକାନଗିରି ଓ ନୂଆପଡ଼ାରେ ମାତ୍ରାଧିକ ବର୍ଷା ହୋଇଛି। ୪ଟି ଜିଲ୍ଲା- ଝାରସୁଗୁଡ଼ା,ଦେବଗଡ଼, କେନ୍ଦୁଝର ଓ ଭଦ୍ରକରେ ନିଅଣ୍ଟିଆ ବର୍ଷା ହୋଇଛି। ବାକି ସବୁ ଜିଲ୍ଲାରେ ସାଧାରଣ ବର୍ଷା ହୋଇଛି।

ad-week
Leave A Reply

Your email address will not be published.