ଲୋକଙ୍କୁ ସବୁ ସମୟରେ ନ୍ୟାୟ ମିଳିବ, ଏମିତି ନୁହେଁ ଯେ ରାତିରେ ଆସିଲେ ଅଭିଯୋଗ ଶୁଣାଯିବନି: ପୁଲିସ କମିଶନର

add-all

ଭୁବନେଶ୍ବର : ଭରତପୁର ଥାନା ଘଟଣା ସଂପର୍କରେ ନୂଆ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ଘଟଣାର ଦୁଇ ପ୍ରକାର ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଗୋଟିଏ ପଟେ ଓ ବିଚାର ବିଭାଗୀୟ ତଦନ୍ତ ଆରପଟେ। ଏଭଳି ପରିସ୍ଥିତିରେ ପୁଲିସ କମିଶନର ଭାବେ ମୋର କିଛି ମତ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ପୁଲିସ କମିଶନର।
ଅନ୍ୟପକ୍ଷରେ କମିଶନରେଟ ପୁଲିସରେ ଦୀର୍ଘ ବର୍ଷ ହେବ ପୁଲିସ ଅଧିକାରୀ ରହିବା ପ୍ରସଙ୍ଗରେ ପୁଲିସ କମିଶନର କହିଛନ୍ତି ଯେ, ଏ ସଂପର୍କରେ ତର୍ଜମା କରାଯିବ। ଭଲ ପ୍ରଦର୍ଶନ ଓ ଲୋକଙ୍କୁ ନ୍ୟାୟ ବ୍ୟବହାର ମାପକାଠି ହେବ। ଥାନାକୁ ଆସୁଥିବା ଲୋକଙ୍କୁ ସବୁ ସମୟରେ ନ୍ୟାୟ ମିଳିବ। ଏପରି ନୁହେଁ ରାତିରେ ଆସିଲେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି କହିଛନ୍ତି ପୁଲିସ କମିଶନର।

ad-week
Leave A Reply

Your email address will not be published.