ଲାଞ୍ଚ ନେଉଥିଲେ ଫୁଡ୍‌ ସେଫ୍ଟି ଅଫିସର; ମାଡ଼ି ବସିଲା ଭିଜିଲାନ୍ସ

add-all

କେନ୍ଦ୍ରାପଡା : ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍‌ ସେଫ୍ଟି ଅଫିସରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଲାଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ପାଖରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି।
ବିଭାଷ ଲାଇସେନ୍ସ କରାଇ ଦେବା ପାଇଁ ସଞ୍ଜୟ ପ୍ରଧ୍ୟାନ ନାମକ ଜଣେ ବ୍ୟକ୍ତିଙ୍କୁ ହଇରାଣ କରୁଥିଲେ। ଲାଇସେନ୍ସ କରିଦେବା ପାଇଁ ଆଜି କାଲି ସମୟ ଗଡ଼ାଇ ଚାଲିଥିଲେ। ହେଲେ ତାଙ୍କର ଲାଇସେନ୍ସ କରୁ ନଥିଲେ। ସଞ୍ଜୟ ବାରମ୍ବାର ବାରମ୍ବାର ଲାଇସେନ୍ସ ଅଫିସକୁ ଦୌଡ଼ି ନୟାନ୍ତ ହୋଇଥିଲେ। ଶେଷରେ ଫୁଡ୍ ସେଫ୍ଟି ଅଫିସର ଲାଇସେନ୍ସ କରି ଦେବା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ସଞ୍ଜୟ ଫୁଡ୍ ସେଫ୍ଟି ଅଫିସରଙ୍କୁ ପ୍ରଥମେ ୪୦ ହଜାର ଟଙ୍କା ଦେଇଥିଲେ। ଆଉ ୫ ହଜାର ଟଙ୍କା ବାକି ଥିଲା। ଆଜି ସେହି ଅବଶିଷ୍ଟ ଟଙ୍କା ନେବାକୁ କହିଥିଲେ ବିଭାଷ।
ଘଟଣାସଂପର୍କରେ ସଞ୍ଜୟ ଭିଜିଲାନ୍ସକୁ ପୂର୍ବରୁ ଅବଗତ କରାଇଥିଲେ। ଜାତୀୟ ରାଜପଥ ତିନିମୁହାଣି ଛକରେ ଫୁଡ୍ ସେଫ୍ଟି ଅଫିସର ଆଜି ଲାଞ୍ଚ ନେବାବେଳେ ସେହି ସ୍ଥାନରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ଫୁଡ୍ ସେଫ୍ଟି ଅଫିସରଙ୍କୁ ଭିଜିଲାନ୍ସ ପଚରାଉଚରା କରିଥିବା ବେଳେ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏଥିସହ ଫୁଡ୍ ସେଫ୍ଟି ଅଫିସରଙ୍କ ଭଡ଼ା ଘର ଓ ପୈତୃକ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ad-week
Leave A Reply

Your email address will not be published.